Latest Odisha News

BREAKING NEWS

ମହାତ୍ମା ଗାନ୍ଧୀ

ପ୍ରିୟ କୁନି ପିଲାମାନେ

ଆଜି ହେଉଛି ଜାନୁଆରୀ ୩୦ ତାରିଖ । ଆଜି ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ । ଆଜି ଆମେ ତାଙ୍କ ବିଷୟରେ କିଛି ଜାଣିବା ।

ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୁରା ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ । ତାଙ୍କ ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଓ ମାତାଙ୍କ ନାମ ପୁତ୍ତଳି ବାଇ ଥିଲା । ସେତେବେଳେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ଥିଲା । ଗାନ୍ଧିଜୀଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା , ସେହି ସମୟରେ କସ୍ତୁରବାଙ୍କ ସହିତ ତାଙ୍କର ବିବାହ ହୋଇଥିଲା।

ବିଦ୍ୟାଳୟରେ ଶିକ୍ଷା ସମାପ୍ତି ପରେ, ବାରିଷ୍ଟରୀ ପାଠ ପଢିବା ନିମିତ୍ତ ଗାନ୍ଧୀଜୀ ବିଲାତ ଯାତ୍ରା କରିଥିଲେ। ସେଠାରେ ଆଇନ ଶିକ୍ଷା ସମାପ୍ତି ପରେ ଜଣେ ବାରିଷ୍ଟର ଭାବରେ ୧୮୯୧ ମସିହାରେ ସେ ଭାରତକୁ ଫେରି ଆସିଲେ। ଦକ୍ଷିଣ ଆଫ୍ରିକାରେ ରହୁଥିବା ବେଳେ ଗାନ୍ଧୀଜୀ ଅନୁଭବ କରିଥିଲେ କଳା ଲୋକଙ୍କ ପ୍ରତି ଗୋରା ଲୋକମାନଙ୍କର ଅତ୍ୟାଚାର।

ସେତେବେଳେ ଆମ ଦେଶକୁ ଇଂରେଜମାନେ ଶାସନ କରୁଥିଲେ । ସେମାନଙ୍କ ଅପମାନିତ ଓ ଅତ୍ୟାଚାରିତ ବ୍ୟବହାରରେ ଭାରତବାସୀଙ୍କ ଜୀବନ ଗାନ୍ଧିଜୀଙ୍କୁ ଗଭୀର ମର୍ମାହତ କଟିଥିଲା। ଏହିଠାରୁ ସେ ଆରମ୍ଭ କଲେ ତାଙ୍କର ରାଜନୈତିକ ଜୀବନ। ୧୯୧୫ରେ ଭାରତ ଫେରି ଆସି ୧୯୧୭ ରେ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ। ୧୯୨୦ ରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ। ଏହାପରେ ଲବଣ ସତ୍ୟାଗ୍ରହ , କୁଟି ଖାଅ କାଟି ପିନ୍ଧ ର ସ୍ଲୋଗାନରେ ଶହ ଶହ ସ୍ୱାଧୀନତା ପ୍ରେମୀ ଗାନ୍ଧିଜୀଙ୍କ ସହ ହାତ ବଢାଇଥିଲେ। ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶ୍ଵକବି ରବୀନ୍ଦ୍ର ନାଥ ଠାକୁର ତାଙ୍କୁ ମହାତ୍ମା ବୋଲି ସମ୍ବୋଧନ କରିଥିଲେ । ଏହାଛଡ଼ା ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ବାପୁଜୀ ବୋଲି ମଧ୍ୟ ଡାକୁଥିଲେ ।

୧୯୪୨ ମସିହାରେ ତାଙ୍କ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନର ଡାକରା ଦେଇଥିଲେ। ଭାରତ ଛାଡ ଆନ୍ଦୋଳନ ଥିଲା ସ୍ଵାଧୀନତା ସଂଗ୍ରାମର ଅନ୍ତିମ ପର୍ବ। ଗାନ୍ଧିଜୀଙ୍କ ସତ୍ୟ ଏବଂ ଅହିଂସା ଅସ୍ତ୍ରରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା। କିନ୍ତୁ ଦୁଃଖର ବିଷୟ , ଦେଶ ସ୍ୱାଧୀନ ହେବାର ଅଳ୍ପ ଦିନ ପରେ ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ନାଥୁରାମ ଗଡ଼ସେ ନାମକ ଜଣେ ଆତତାୟୀର ଗୁଳିରେ ସେ ପ୍ରାଣ ହରାଇଥିଲେ।

ଜଣେ ନିର୍ଭିକ ତଥା ନୀତିବାନ ମଣିଷ ହିସାବରେ ବାପୁଜୀ କେବଳ ଆମ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପରିଚିତ ଥିଲେ । ଆଜି ବି ସେ ସତ୍ୟ ଓ ଅହିଂସାର ପୂଜାରୀ ଭାବରେ ଆମ ସମସ୍ତଙ୍କର ହୃଦୟରେ ଜୀବିତ ଅଛନ୍ତି ।

ଆଜି ପାଇଁ ଏତିକି। ଆରଥରକୁ ପୁଣି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ।

Comments are closed, but trackbacks and pingbacks are open.