Latest Odisha News

[ଭିଡ଼ିଓ] ସ୍ମୃତିରେ କଲାମ.. .

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତବକୁ ନେଇ ଜୀଉଁଥିବା ମଣିଷଟିଏ । ଜୀବନରେ କାହାକୁ ହରାଇବା ଯେତିକି କଷ୍ଟକର ..କାହାକୁ ଜିତିବା ଆହୁରି କଷ୍ଟସାଧ୍ୟ .. .ତାଙ୍କର ଉଦାର ମନୋଭାବ ସାଙ୍ଗକୁ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁ ଏବେ ବି ଝୁରୁଛି ତାଙ୍କୁ ସାରା ଦେଶ । ଏବେ ବି ସମସ୍ତଙ୍କ ହୃଦୟରେ ସେ ବିରାଜମାନ କରନ୍ତି । ଏବେ ବି ସେ ଲୋକଙ୍କ ପ୍ରେରଣାର ଉତ୍ସ। ସେ ଆଉ କେହିଁ ସେ ହେଉଛନ୍ତି ଭାରତର ମିସାଇଲ୍ ମ୍ୟାନ୍ ଏପିଜେ ଅବଦୁଲ କଲାମ୍ । ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ତାଙ୍କରି ନାଁ ଲିପିବଦ୍ଧ।ଭାରତର ଏକାଦଶ ରାଷ୍ଟ୍ରପତି ଅବୁଲ ପକିର ଜୈନାଲୁବ୍ଦିନ୍ ଅବଦୁଲ କଲାମ । ତାମିଲନାଡୁ ରାମେଶ୍ୱରମ୍ରେ ୧୯୩୧ ମସହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ପୋଷୁଥିଲେ । ତେଣୁ ପରିବାର ପାଇଁ ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗ ଚଳାଇବା ସହ ଖବରକଗଜ ବିକ୍ରି କରିବା କାମ କରୁଥିଲେ । ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରିନଥିଲା । ସଫଳ ଯାତ୍ରା ପଛରେ ଲେଖା ହୋଇସାରିଥିଲା ଅନେକ ସଂଘର୍ଷପୂର୍ଣ୍ଣ କାହାଣୀ । ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। ଏଠାର ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୫୫ରେ ମାଡ୍ରାସ ଚାଲିଗଲେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ତବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶଯାନ ଏସଏଲଭି -୩ ସ୍ପେସ୍ ଭେଇକିଲ । ଦେଶକୁ ଭେଟିଦେଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର । ସେ ହୋଇଗଲେ ଭାରତର ମିସାଇଲ ମ୍ୟାନ୍ ।   

ତାଙ୍କର ଅତୁଳନୀୟ କାର୍ଯ୍ୟ ପାଇଁ ତାଙ୍କୁ ୧୯୯୭ରେ ଭାରତ ରତ୍ୱ ସମ୍ମାନ  । ଏହାପରେ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଗଲା ।୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମରେ ଭାଷଣ ଦେଉଥିବାବେଳେ ହୋଇଥିଲା ହୃଦଘାତ । ଆଖି ବୁଜିଥିଲେ ଜନତାର ଜନନାୟକ । ଉଚ୍ଚ ଅଭିଳାଷର ଆହ୍ୱାନ ନେଇଥିବା କଲାମଙ୍କ ଜନ୍ମ ଦିନକୁ ବିଶ୍ୱ ଛାତ୍ର ଦିବସ ଭାବେ ପାଳିତ ହୋଇ ଆସୁଛି । ଭାରତର ଏହି ସ୍ୱର୍ଗୀୟ ସନ୍ତାନ ସ୍ୱର୍ଗତ ଅବଦୁଲ କଲାମଙ୍କ ୯୦ ତମ ଜୟନ୍ତୀରେ ଭକ୍ତି ଶ୍ରଦ୍ଧାଞ୍ଜଳି ।

Leave A Reply

Your email address will not be published.