କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର ବହୁଚର୍ଚ୍ଚିତ ସାମଥି ଆଶ୍ରାମକୁ ତାଙ୍କ ଭକ୍ତ ଅନୁଗତ ସମର୍ଥକମାନେ ଜୋର ଜବରଦସ୍ତ କବଜା କରି ନେଇଛନ୍ତି । ଭକ୍ତ ଅନୁଗତମାନେ ଆଶ୍ରାମରେ ପଶି ଆତ୍ମଘୋଷିତ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଅସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି । ଫୁଲ ଧୂପ ଦେଇ ବନ୍ଦନା ଗାଇ ଜୟ ଧ୍ୱନି ପକାଇଛନ୍ତି । ଭୋଗ ଅର୍ପଣ କରି ସମର୍ଥକଙ୍କ ମଧ୍ୟରେ ବାଣ୍ଟି ଖାଇଛନ୍ତି । ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ସେମାନେ ଆଶ୍ରମରେ ହୋମ ବି କରିଛନ୍ତି । ଅଥଚ ଅଦାଲତଙ୍କ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନା କୁ ବାରଣ କରାଯାଇଛି । ଏଥିସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଶ୍ରମ ସମ୍ପତ୍ତିକୁ ଦଖଲକୁ ନେଲେ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି ନାହିଁ । ଏହା ସତ୍ତ୍ୱେ ଆଶ୍ରମ ଭିତରକୁ ୪୦ରୁ ୫୦ ଜଣ ସାରଥି ଭକ୍ତ ଓ ସମର୍ଥକ କେମିତି ପ୍ରବେଶ କଲେ? ସେଠି ସାରଥିଙ୍କ ଫଟୋ ରଖି କେମିତି ପୂଜା କଲେ? ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଦୋଷ ଲଦି ପୁଲିସ୍ ଓ ପ୍ରଶାସନିକଙ୍କୁ ସମାଲୋଚନା କରିଛନ୍ତି । ଏହି ଘଟଣାକୁ ନେଇ ଗାଁ ସମେତ ସମଗ୍ର ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
BREAKING NEWS
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
- Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…
- ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି
- ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
- Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
- Union Budget 2026: ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା…
- ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ହ୍ରାସ ପାଏ କି ଶ୍ରବଣ ଶକ୍ତି ?
Comments are closed.