କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର ବହୁଚର୍ଚ୍ଚିତ ସାମଥି ଆଶ୍ରାମକୁ ତାଙ୍କ ଭକ୍ତ ଅନୁଗତ ସମର୍ଥକମାନେ ଜୋର ଜବରଦସ୍ତ କବଜା କରି ନେଇଛନ୍ତି । ଭକ୍ତ ଅନୁଗତମାନେ ଆଶ୍ରାମରେ ପଶି ଆତ୍ମଘୋଷିତ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଅସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି । ଫୁଲ ଧୂପ ଦେଇ ବନ୍ଦନା ଗାଇ ଜୟ ଧ୍ୱନି ପକାଇଛନ୍ତି । ଭୋଗ ଅର୍ପଣ କରି ସମର୍ଥକଙ୍କ ମଧ୍ୟରେ ବାଣ୍ଟି ଖାଇଛନ୍ତି । ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ସେମାନେ ଆଶ୍ରମରେ ହୋମ ବି କରିଛନ୍ତି । ଅଥଚ ଅଦାଲତଙ୍କ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନା କୁ ବାରଣ କରାଯାଇଛି । ଏଥିସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଶ୍ରମ ସମ୍ପତ୍ତିକୁ ଦଖଲକୁ ନେଲେ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି ନାହିଁ । ଏହା ସତ୍ତ୍ୱେ ଆଶ୍ରମ ଭିତରକୁ ୪୦ରୁ ୫୦ ଜଣ ସାରଥି ଭକ୍ତ ଓ ସମର୍ଥକ କେମିତି ପ୍ରବେଶ କଲେ? ସେଠି ସାରଥିଙ୍କ ଫଟୋ ରଖି କେମିତି ପୂଜା କଲେ? ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଦୋଷ ଲଦି ପୁଲିସ୍ ଓ ପ୍ରଶାସନିକଙ୍କୁ ସମାଲୋଚନା କରିଛନ୍ତି । ଏହି ଘଟଣାକୁ ନେଇ ଗାଁ ସମେତ ସମଗ୍ର ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
BREAKING NEWS
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
Comments are closed.