Latest Odisha News

BREAKING NEWS

ଆସୋସିଏଟ ପ୍ରଫେସରଙ୍କୁ ଚପଲରେ ପିଟିଲେ ପତ୍ନୀ, ଭିଡ଼ିଓ ଭାଇରାଲ୍‌

ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ

ବ୍ରହ୍ମପୁର: ଗତ କିଛି ମାସ ହେଲା ନାନା ବିବାଦ ଭିତରେ ରହିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। ଶନିବାର ଆଉ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ କାର୍ଯ୍ୟାଳୟ ପରିସରରେ ଜଣେ ଆସୋସିଏଟ ପ୍ରଫେସରଙ୍କୁ ଜଣେ ମହିଳା ଚପଲରେ ମାଡ଼ ମାରୁଥିବା ନେଇ ଭିଡ଼ିଓ ଭାଇରାଲ୍‌ ହୋଇଛି।

BjdElectrycity

ତେବେ ମାଡ଼ ମାରୁଥିବା ମହିଳା ଜଣକ ସଂପୃକ୍ତ ଆସୋସିଏଟ୍‌ ପ୍ରଫେସରଙ୍କ ପତ୍ନୀ ବୋଲି ପରେ ଜଣାପଡ଼ିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଆସୋସିଏଟ ପ୍ରଫେସର ନିଜ ଚାମ୍ବରେ ବସିଥିଲେ । ଏହି ସମୟରେ ଜଣେ ମହିଳା ଚାମ୍ବରରେ ପସି ଭିତର ପଟରୁ କବାଟ ଦେଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡର ଶବ୍ଦ ପଦାକୁ ଶୁଭିଥିଲା । ଅନ୍ୟ କେତେକ ଅଧ୍ୟାପକ ଅଧ୍ୟାପିକା ପାଟି ଶୁଣି କବାଟ ଖୋଲିବା ପାଇଁ ଯାଇଥିଲେ । ହେଲେ କବାଟ ଖୋଲି ନଥିଲା । ଅନ୍ୟ କେତେକ କର୍ମଚାରୀ ସେଠାରେ ପହଞ୍ଚି କବାଟ ବାଡେଇବା ପରେ ମଧ୍ୟ ଖୋଳିନଥିଲା ।

ଚାମ୍ବରର ଭେଣ୍ଟିଲେଟର୍‌ ପଟେ ଦେଖିଲା ବେଳକୁ ଜଣେ ମହିଳା ଉକ୍ତ ଆସୋସେଟ ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିଲେ । କିଛି ସମୟ ପରେ କବାଟ ଖୋଲିଥିଲା । ତେବେ ପଚରାଉଚରା ବେଳେ ମହିଳା ଜଣକ ତାଙ୍କ ପତ୍ନୀ ବୋଲି ଜଣାପଡ଼ିଥିଲା । ଉଭୟଙ୍କୁ ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଘଟଣା ବୋଲି ଆଲୋଚନା ହେଉଛି । ଏ ନେଇ ଦାୟିତ୍ବରେ ଥିବା ପିଜି କାଉନସିଲ ଅଧକ୍ଷ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଘଟଣା ସଂପର୍କରେ ଜାଣିଥିବା ପ୍ରକାଶ କରିଥିଲେ ମଧ୍ୟ କୌଣସି ଅଭିଯୋଗ ତାଙ୍କ ପାଖରେ ହୋଇନି ବୋଲି କହିଛନ୍ତି ।

ଆସୋସିଏଟ ପ୍ରଫେସରଙ୍କ ସହ ଯୋଗାଯୋଗ ବେଳେ ପାରିବାରିକ ଅଶାନ୍ତ ଯୋଗୁଁ ଏଭଳି ଘଟଣା ହୋଇଥିବା କହିଛନ୍ତି । ତେବେ ଗତ କିଛି ଦିନ ହେଲା ବିଶ୍ବବିଦ୍ୟାଳୟର କେତେକ ପ୍ରଫେସର ଏବଂ ଆସୋସିଏଟ୍‌ ପ୍ରଫେସରଙ୍କ ବିରୋଧରେ ଛାତ୍ରୀମାନେ ଅସଦାଚରଣ ନେଇ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.