Latest Odisha News

BREAKING NEWS

ଆଜି ଜେଲରୁ ମୁକୁଳିବେ ଶଶିକଳା

ବେଙ୍ଗଳୁରୁ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ଆଜି ଜେଲରୁ ମୁକୁଳିବେ । ୪ ବର୍ଷ ହେଲା ଶଶିକଳା ଜେଲରେ ଅଛନ୍ତି । ଜାନୁଆରୀ ୨୦ ତାରିଖରେ ଶଶିକଳା କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା ଏକ ହସ୍ପିଟାଲରେ କରାଯାଉଛି । ସେ ଆଇସିୟୁରେ ଅଛନ୍ତି ।

ଜେଲ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର କାର୍ଯ୍ୟ ସରିବା ପରେ ଶଶିକଳାଙ୍କୁ ହସ୍ପିଟାଲରେ ହିଁ ମୁକ୍ତ କରାଯିବ । ବେଙ୍ଗଳୁରୁ ଜେଲ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମିତ ଶଶିକଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି, ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

ତେବେ, ଶଶିକଳାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଅଧିକ ବିଚାରବିମର୍ଷ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସ୍ୱାଧୀନ ବିଧାୟକ ଟିଟିଭି ଦିନାକରଣ ସୂଚନା ଦେଇଛନ୍ତି । ୨୦୧୭ ଫେବ୍ରୁଆରୀରେ ୬୬ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଶଶିକଳାଙ୍କୁ ୪ ବର୍ଷ ଜେଲ୍ ହୋଇଥିଲା ।

Leave A Reply

Your email address will not be published.