Latest Odisha News

BREAKING NEWS

୧୪୩ଟି ସାଟେଲାଇଟକୁ ଫାଲକନ ୯ ରକେଟରେ ଉତକ୍ଷେପଣ କରି ସ୍ପେଶ୍ ଏକ୍ସର ରେକର୍ଡ

ମିଆମି: ଆମେରିକୀୟ ଘରୋଇ ମହାକାଶ ସଂସ୍ଥା ସ୍ପେଶ୍ ଏକ୍ସ ନୂଆ ରେକର୍ଡ ସୃଷ୍ଟି କରିଛି । ଫାଲକନ ୯ ରକେଟରେ ସର୍ବାଧିକ ସାଟେଲାଇଟ୍ ମହାକାଶକୁ ପଠାଇଛି ସ୍ପେଶ୍ ଏକ୍ସ । ଫ୍ଲୋରିଡାର କେପ୍ କାନାଭେରାଲରୁ ରକେଟ୍ ସଫଳତାର ସହ ଉତକ୍ଷେପଣ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ପ୍ରାରମ୍ଭିକ ଉତକ୍ଷେପଣର ୨୪ ଘଣ୍ଟା ପରେ ଖରାପ ପାଣିପାଗ ଯୋଗୁଁ ଗତିପଥ ବଦଳାଇ ଦିଆଯାଇଥିଲା ।

ସ୍ପେଶ୍ ଏକ୍ସର ଫାଲକନ ୯ ରକେଟ୍ ୧୩୩ଟି ବାଣିଜ୍ୟିକ ଉପଗ୍ରହ ସହ ୧୦ଟି ସ୍ପେଶ୍ ଏକ୍ସ ସାଟେଲାଇଟକୁ ନେଇ ମହାକାଶକୁ ପଠାଯାଇଛି । ଉତକ୍ଷେପଣର କିଛି ମିନିଟ୍ ପରେ ଫାଲକନ ୯ର ମୁଖ୍ୟ ବୁଷ୍ଟର ନିୟନ୍ତ୍ରଣ ବାହାରେ ହେବାରୁ ପୃଥିବୀ ପୃଷ୍ଠକୁ ଖସି ପଡ଼ିଥିଲା । ତେବେ, ସମସ୍ତ ୧୪୩ଟି ଉପଗ୍ରହକୁ ସଫଳତାର ସହ ମହାକାଶରେ ଅବସ୍ଥାପିତ କରାଯାଇଥିବା ସ୍ପେଶ୍ ଏକ୍ସ କହିଛି ।

ଆଗାମୀ ଦିନରେ ସ୍ପେଶ୍ ଏକ୍ସ ଗୋଟିଏ ଥରରେ ହଜାରେରୁ ଅଧିକ କ୍ଷୁଦ୍ର ସାଟେଲାଇଟ୍ ପଠାଇବାର ଯୋଜନା ରଖିଛି ।

Leave A Reply

Your email address will not be published.