Latest Odisha News

BREAKING NEWS

ଧଳା ଷ୍ଟ୍ରବେରୀ ଚାଷ କରି ଚର୍ଚ୍ଚାରେ ଏହି ରାଜ୍ୟର ଚାଷୀ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ନୂଆଦିଲ୍ଲୀ: ଷ୍ଟ୍ରବେରୀ ପ୍ରାୟ ସମସ୍ତଙ୍କର ପସନ୍ଦ । ସ୍ଵାଦରେ ଯେମିତି ଗୁଣରେ ବି ସେମିତି । ଆଉ ରଙ୍ଗ ଦେଖି ତ ଯେ କେହିବି ତାକୁ ଖାଇବାକୁ ପସନ୍ଦ କରିବ । ଆପଣମାନେ ସମସ୍ତେ ସାଧାରଣତଃ ନାଲି ରଙ୍ଗର ଷ୍ଟ୍ରବେରୀ ଦେଖିଥିବେ । କିନ୍ତୁ କେବେ ଧଳା ରଙ୍ଗର ଷ୍ଟ୍ରବେରୀ ଦେଖିଛନ୍ତି କି? ଷ୍ଟ୍ରବେରୀ ଚାଷ ପାଇଁ ଫେମସ୍ ମହାରାଷ୍ଟ୍ରର ଜଣେ ଚାଷୀ ପ୍ରଥମ ଥର ଧଳା ରଙ୍ଗର ଷ୍ଟ୍ରବେରୀ ଚାଷ କରିଛନ୍ତି ।

ମହାରାଷ୍ଟ୍ର ସାତାରାର ବାଇ ଫୁଲନଗରୀର ଜଣେ ଚାଷୀ ପରୀକ୍ଷାମୂଳକ ଭାବରେ ଅଧା ଏକର ଜମିରେ ଧଳା ଷ୍ଟ୍ରବେରୀ ଚାଷ କରିଥିଲେ । ବର୍ତ୍ତମାନ ଏହାର ବିକ୍ରି ମଧ୍ୟ ଆରମ୍ଭ ହେଲାଣି । କିଛି ଅଲଗା କରିବା ଉଦ୍ଦେଶ୍ୟରେ ସେ ଏହି ଚାଷ କରିଥିଲେ । ବର୍ତ୍ତମାନ କିଛି ସ୍ଥାନରେ ଏହାର ବିକ୍ରି ଚାଲିଥିବା ବେଳେ ଖୁବ୍ ଶୀଘ୍ର ଏହା ଅନଲାଇନ ପ୍ଲାଟଫର୍ମରେ ବିକ୍ରି ହେବ ବୋଲି କୁହାଯାଇଛି । ଏହି ଧଳା ଷ୍ଟ୍ରବେରୀର ଖାସ୍ କଥା ଏହା ଯେ, ଏହାର ଦାମ କିଲୋ ପ୍ରତି ୧୦୦୦ ରୁ ନେଇ ୧୫୦୦ ପର୍ଯ୍ୟନ୍ତ । ଏବଂ ଏହାର ଅମଳ ନାଲି ଷ୍ଟ୍ରବେରୀ ଠାରୁ ୬ଗୁଣ ଅଧିକ । ଲାଲ୍ ଷ୍ଟ୍ରବେରି ଅପେକ୍ଷା ଏହା ସ୍ୱାଦରେ ସାମାନ୍ୟ ମିଠା | ଅନେକ ପୁଷ୍ଟିକର ଉପାଦାନରେ ଭରପୁର ଏହି ଧଳା ଷ୍ଟ୍ରବେରୀ । କମ୍ ପ୍ରାକୃତିକ ଅମ୍ଳତା ହେତୁ ଏହି ଷ୍ଟ୍ରବେରୀ ଲୋକପ୍ରିୟତା ହାସଲ କରୁଛି | ଏହା ବିଦେଶୀ ଦେଶରେ ବହୁତ ପସନ୍ଦ | ଭାରତରେ ମଧ୍ୟ ଏହାର ଭଲ ପ୍ରତିକ୍ରିୟା ମିଳୁଛି ।

ଷ୍ଟ୍ରବେରୀର ଏହି କିଶମ ପ୍ରଥମ ଥର ଆମେରିକା ଓ ୟୁକେରେ ଚାଷ କରାଯାଇଥିଲା । ସେଠାରେ ଏହାର ନାମ ‘ଫ୍ଲୋରିଡା ପର୍ଲ’ । ଭାରତରେ ଏହି କିଶମର ଷ୍ଟ୍ରବେରୀ ଚାଷ ପ୍ରଥମ ଥର ପାଇଁ ହୋଇଛି । ଏହି ଧଳା ଷ୍ଟ୍ରବେରୀକୁ ନେଇ ଭଲ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ଗ୍ରାହକ । ତେଣୁ ଏହାର ଉତ୍ପାଦନ ଅନ୍ୟାନ୍ୟ ଯାଗାରେ ମଧ୍ୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଭାରତରେ ଏହି ଧଳା ଷ୍ଟ୍ରବେରୀ ଚାଷ କରିବାର ପ୍ରଥମ ପ୍ରୟାସ ସତାରା ଅଞ୍ଚଳରେ ରହୁଥିବା ଚାଷୀ ଉମେଷ ଖାମକର୍ କରିଛନ୍ତି । ଏଥିପାଇଁ ସେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ରୟାଲଟି ରାଇଟସ୍ କିଣିଛନ୍ତି । ଯଦି ଅନ୍ୟ କେହି ଭାରତରେ ଧଳା ଷ୍ଟ୍ରବେରୀ ଉତ୍ପାଦନ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଉମେଶ ଖାମକରଙ୍କ ଅନୁମତି ନେବାକୁ ପଡିବ |

Leave A Reply

Your email address will not be published.