Latest Odisha News

ମୈତ୍ରେୟୀ ଲେଖିକା ସଙ୍ଗଠନର ବ୍ୟଙ୍ଗ ସାହିତ୍ୟ ସାହିତ୍ୟ ଆସର ଆୟୋଜିତ

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ଦ୍ବିତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟଙ୍ଗ ସାହିତ୍ୟିକା ବିଶ୍ବାସିନୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ୟଙ୍ଗ ରଚନା ସମୟରେ ଲେଖାର ଭାବଗତ, ଶବ୍ଦଗତ ତଥା ଆତ୍ମିକ ଅନୁଶୀଳନକୁ ପ୍ରାଧାନ୍ୟ ଦେବା ପାଇଁ ଉପସ୍ଥିତ ମୈତ୍ରେୟୀମାନଙ୍କୁ ପରାମର୍ଶ ଦେଇଥିଲେ ।

BjdElectrycity

ମୈତ୍ରେୟୀ ଲେଖିକା ସଙ୍ଗଠନର ସଭାପତି ମୈତ୍ରେୟୀ ମାନମୟୀ ରଥ ଓ ସମ୍ପାଦିକା ମୈତ୍ରେୟୀ ଲକ୍ଷ୍ମୀ ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ମୈତ୍ରେୟୀ ପ୍ରଭାତୀ ମଞ୍ଜରୀ ବେହେରାଙ୍କ ଉପସ୍ଥାପନା ଏବଂ ମୈତ୍ରେୟୀ ଜୟଶ୍ରୀ ପଟ୍ଟନାୟକଙ୍କର ସଂଯାଜନାରେ ଆୟୋଜିତ ଏହି ଆସରରେ ମୈତ୍ରେୟୀ ସୁଶ୍ରୀ ସୁଚେତା ପାଣିଗ୍ରାହୀ, ମୈତ୍ରେୟୀ ସୁସ୍ମିତା ପଟେଲ, ମୈତ୍ରେୟୀ ସୁଚିସ୍ମିତା ମିଶ୍ର, ମୈତ୍ରେୟୀ ପଦ୍ମାଳୟା ମିଶ୍ର, ମୈତ୍ରେୟୀ ସୁସ୍ମିତା ମହାପାତ୍ର, ମୈତ୍ରେୟୀ ପାରମିତା ଷଡଙ୍ଗୀ, ମୈତ୍ରେୟୀ ଜ୍ୟୋତ୍ସ୍ନା ତ୍ରିପାଠୀ, ମୈତ୍ରେୟୀ ସ୍ନିଗ୍ଧା ନାୟକ, ମୈତ୍ରେୟୀ ଅମ୍ବିକା ସ୍ୱାଇଁ, ମୈତ୍ରେୟୀ ମାଧବୀ ପଟେଲ, ମୈତ୍ରେୟୀ ମହାଶ୍ୱେତା ପାଣିଗ୍ରାହୀ ପ୍ରମୁଖ ସ୍ୱରଚିତ ବ୍ଯଙ୍ଗ କବିତା ପାଠ କରିଥିଲେ ଏବଂ ମୈତ୍ରେୟୀ ନିବେଦିତା ନନ୍ଦ ପଠିତ କବିତାଗୁଡ଼ିକରର ସମୀକ୍ଷା କରିଥିଲେ ।

କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗରେ ମୈତ୍ରେୟୀ ବିଦ୍ୟୁତ୍ ଲତା ଦାସଙ୍କର ସାହିତ୍ୟ କୃତି ଓ ସୃଜନୀ ଯାତ୍ରାକୁ ନେଇ ମୈତ୍ରେୟୀ ମିରିନା ମହାନ୍ତି ଓ ମୈତ୍ରେୟୀ ପଦ୍ମଜା ଶରଣ ନିଜ ନିଜ ଶୈଳୀରେ ସ୍ୱତନ୍ତ୍ର ଆଲେଖ୍ୟ ଉପସ୍ଥାପନ କରିଥିଲେ ।

ନିକଟରେ ପରଲୋକ ଘଟିଥିବା ସଙ୍ଗୀତ ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବଂ ସଙ୍ଗୀତଜ୍ଞ ଦାମୋଦର ହୋତାଙ୍କୁ ନୀରବ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପରେ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୈତ୍ରେୟୀ ମିତା ପଟ୍ଟନାୟକଙ୍କ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ପରିଶେଷରେ ମୈତ୍ରେୟୀ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.