Latest Odisha News

BREAKING NEWS

ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ: ଫାଇନାଲରେ ଚିରାଗ-ସାଇରାଜ

ଜାକାର୍ତା: ଚଳିତ ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନରେ ଭାରତର ସାତ୍ୱିକସାଇରାଜ ରଂକିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡି ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ସେମିଫାଇନାଲରେ ଦକ୍ଷିଣ କୋରିଆର ଏମଏଚ କଂଗ ଓ ଏସଜେ ସିୟୋଙ୍କୁ ୧୭-୨୧, ୨୧-୧୯, ୨୧-୧୮ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ହାରିବା ପରେ ଭାରତୀୟ ଯୋଡି ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେଟକୁ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ ।

ନିର୍ଣ୍ଣାୟକ ସେଟ ସଂଘର୍ଷପୂର୍ଣ୍ଣ ହୋଇଥଲେ ମଧ୍ୟ ଚିରାଗ-ସାଇରାଜ ବିଜୟୀ ହୋଇଥିଲେ । ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ୨ଟି ସେଟ ଜିତି ମ୍ୟାଚରେ ବିଜୟ ହାସଲ କରିଥିଲେ । ପ୍ରଥମ ଥର ପାଇଁ ଏହି ଯୋଡି ୱାର୍ଲ୍ଡ ଟୁର ସୁପର ୧୦୦୦ ଫାଇନାଲକୁ ଉନ୍ନୀତ ହୋଇ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏହି ଯୋଡି ଏବେ ଟାଇଟଲ ହାସଲଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ।

Leave A Reply

Your email address will not be published.