Latest Odisha News

BREAKING NEWS

ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ଅଡୁଆ; ମାମଲା ରୁଜୁ ପାଇଁ ଅନୁମତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏବେ ତାଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଘଟଣାରେ ମାମଲା ରୁଜୁ କରାଯିବ । ଏ ସମ୍ପର୍କରେ, ରାଷ୍ଟ୍ରପତି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମାମଲା ଚଳାଇବା ପାଇଁ ଅନୁମତି ଦେଇଛନ୍ତି ।

ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କଠାରୁ ଅନୁମତି ମାଗିଥିଲା, ଯାହାକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ଏବେ ତାଙ୍କ ବିରୁଦ୍ଧରେ BNS ଧାରା ୨୧୮ ଅନୁଯାୟୀ କୋର୍ଟରେ ମାମଲା ରୁଜୁ କରାଯିବ ।

ସୂଚନାଯୋଗ୍ୟ ଯେ, ୨୦୨୨ ମେ ମାସରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା । ଯେତେବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା, ସେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଥିଲେ ଏବଂ ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ସମେତ ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ । ସେ ବର୍ତ୍ତମାନ ଜାମିନରେ ଅଛନ୍ତି । ତାଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

ମନି ଲଣ୍ଡରିଂ ମାମଲା ପ୍ରଥମେ ୨୦୧୭ ଅଗଷ୍ଟ ମାସରେ ସାମ୍ନାକୁ ଆସିଥିଲା । ଏହି ମାମଲାରେ, ସିବିଆଇ ତାଙ୍କ ବିରୁଦ୍ଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରିଥିଲା । ତଦନ୍ତକାରୀ ସଂସ୍ଥା ଡିସେମ୍ବର ୨୦୧୮ରେ ଚାର୍ଜସିଟ୍ ଦାଖଲ କରିଥିଲା।

 

Comments are closed.