ଦୁବାଇ: ସାଉଦି ଆରବର ଏକ ରେଷ୍ଟୁରାଂଟକୁ ସେଠାକାର ମ୍ୟୁନିସିପାଲିଟ ଅଧିକାରୀ ବନ୍ଦ କରି ଦେଇଛନ୍ତି । ଗଲ୍ଫ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ଜେଦାର ଏକ ବିଲ୍ଡିଂରେ ଲୁଚା ଛପାରେ ରେଷ୍ଟୁଂରାଟ ଚାଲିଥିଲା । ଏହାର ମାଲିକ ଟୟଲେଟରେ ସିଙ୍ଗଡା ସମେତ ଅନ୍ୟ ସ୍ନାକ୍ସ ପ୍ରସ୍ତୁତ କରୁଥିଲା । ଖବର ମିଳିବା ପରେ ଅଧିକାରୀମାନେ ଏହାର ତଦନ୍ତ କରିଥିଲେ । ଏହାର ସତ୍ୟତା ଜଣା ପଡିବା ପରେ ରେଷ୍ଟୁଂରାଟକୁ ବନ୍ଦ କରି ଦିଆଯାଇଥିଲା ।
୨ବର୍ଷ ତଳର ବାସି ମାଂସ ଓ ପନୀରକୁ କେମିକାଲ ମିଶାଇ ବ୍ୟବହାର କରାଯାଉଥିଲା । ଏହାର କର୍ମଚାରୀମାନେ ଅବୈଧ ଭାବେ ଏଠାରେ ରହୁଥିଲେ । ୪ ମାସ ମଧ୍ୟରେ ଏ ଭଳି ଦ୍ୱିତୀୟ ଘଟଣା ସମ୍ମୁଖକୁ ଆସିଛି । ମୂଖ୍ୟତଃ ସାଉଦି ଆରବରେ ସଫା ସୁତରାକୁ ଅଧିକ ଗୁରୁତ୍ୱ ଦିଆ ଯାଇଥାଏ । ରେଷ୍ଟୁରାଂଟ ମାଲିକକୁ ପୋଲିସ ଖୋଜୁଛି ।
Comments are closed.