Latest Odisha News

BREAKING NEWS

ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ

ଭୁୁବନେଶ୍ୱର: ଆସନ୍ତା କାଲି ଏପ୍ରିଲ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ରାଜ୍ୟ ଗୁଡ଼ିକର କରୋନା ସ୍ଥିତି ବିଷୟରେ ଆଲୋଚନା କରିବେ ମୋଦି । କରୋନାର ତୃତୀୟ ଲହରରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁମ୍ବାଇ, ଦିଲ୍ଲୀ ଭଳି ବିଶାଳ ମହାନଗରୀ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ପ୍ରେଜେଣ୍ଟେସନ ରଖିବେ । ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ହେବ ବୋଲି ସ୍ଥିର କରାଯାଇଛି ।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୪୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ବଢୁଥିବା ସଂକ୍ରମଣକୁ ନେଇ ଦେଶବାସୀଙ୍କ ସତର୍କ କରାଇଥିଲେ । କୋଭିଡର ସମସ୍ତ ସତର୍କତା ପାଳନ କରିବାକୁ ପରାମର୍ଶ ଦେଇଥିଲେ ମୋଦି ।

Leave A Reply

Your email address will not be published.