ନୂଆଦିଲ୍ଲୀ: ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ଭାବେ ପରିଚିତ ନସୀର ବିନ ରାଡାନ ଅଲ ରଶିତଦ ଅଲ ୱାଡେଇ ୧୪୨ ବର୍ଷରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ୭୦୦୦ ବ୍ୟକ୍ତି ଯୋଗ ଦେଇଥିଲେ । ସେ ୪୦ ଥର ତାଙ୍କ ଜୀବନକାଳରେ ହଜ ଯାଇଛନ୍ତି । ତାଙ୍କର ଓଭରାଲ ୧୩୪ ସନ୍ତାନ ଅଛନ୍ତି । ସେ ଏବେ ଦୀର୍ଘଦିନ ହେବ ଅସୁସ୍ଥ ରହିଥିଲେ । ରିପୋର୍ଟ ମୁତାବକ ସେ ୧୧୦ ବର୍ଷରେ ଶେଷ ଥର ବିବାହ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ସେ ଏହି ବିବାହ ପରେ ମଧ୍ୟ ବାପା ହୋଇଥିଲେ । ସାଉଦି ଆରବର ଉନ୍ନତୀକରଣର ସେ ଏକମାତ୍ର ମୂକସାକ୍ଷୀ ଭାବେ ରହିଛନ୍ତି ।
ସାଉଦି ଆରବର ସେ ଜଣେ ଲୋକପ୍ରିୟ ବ୍ୟକ୍ତି । ସୋସିଆଲ ମିଡିଆରେ ତାଙ୍କୁ ବିଶ୍ୱାସର ପ୍ରତୀକ ଭାବେ ଚିତ୍ରଣ କରାଯାଏ । ତେବେ ତାଙ୍କ ପ୍ରକୃତ ବୟସ ନେଇ ବିଶେଷଜ୍ଞମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ସେ ଯେଉଁ ସମୟରେ ଜନ୍ମ ଗ୍ରହଣ କରିଥିଲେ ସେତେବେଳେ ଜନ୍ମ ତାରିଖର କୌଣସି ରେକର୍ଡ ରହୁ ନ ଥିଲା । ସେ ଯେବେଠାରୁ ନିଜର ବୟସ ସମସ୍ତଙ୍କ ସମ୍ମୁଖରେ କହିଛନ୍ତି, ସେବେଠାରୁ ହିସାବ ରଖାଯାଇଛି । ସୂଚନାଯୋଗ୍ୟ, ଏବେ ବି ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ନାମ ଅଫିସିଆଲ ଭାବେ ଫ୍ରାନ୍ସର ଜେନେ କାଲମେଟ ରହିଛନ୍ତି । ସେ ୧୨୨ ବର୍ଷରେ ମୃତ୍ୟୁବରଣ କରିଥିଲେ ।