Latest Odisha News

ଆଜିଠାରୁ ‘ଏସବିଆଇ’ର କେଉଁ ନିୟମ ବଦଳୁଛି, ଜାଣନ୍ତୁ..

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅକ୍ଟୋବର୧ (ଆଜିଠାରୁ) ଏହାର କିଛି ନିୟମରେ ପରିବର୍ତ୍ତନ ଆଣିଛି ।

ଆଜିଠାରୁ ସର୍ଭିସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡିବା ନେଇ ସନ୍ଦେହ କରାଯାଉଛି ।
.ଯେଉଁ ଏସବିଆଇ ଗ୍ରାହକ ମାସିକ ଆଭରେଜ୍ ବାଲାନ୍ସ(ଏମଏବି) ମେଣ୍ଟନ କରୁ ନାହାନ୍ତି ସେମାନଙ୍କଠାରୁ ପେନାଲ୍ଟି ଭାବେ ୮୦ ପ୍ରତିଶତ ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟରୁ କଟାଯିବ।

ଅନଲାଇନ ଟ୍ରାଞ୍ଜାକ୍ସନ କରିବା ଲାଗି ‘ଏନଇଏଫଟି’ଓ ‘ଆରଟିଜିଏସ୍’ ଆଦି ଟ୍ରାନଜାକସନ ଆଜିଠାରୁ ଶସ୍ତା ହୋଇଯିବ।

ପୂର୍ବରୁ ମେଟ୍ରୋ ସହରର ଏସବିଆଇ ଶାଖାରେ ଥିବା ଆକାଉଣ୍ଟରେ ହାରାହାରି ମାସିକୁ ୫ ହଜାର ଟଙ୍କା ରଖାଯାଉଥିଲା। ଅନ୍ୟପକ୍ଷରେ ସହର ଅଞ୍ଚଳର ଏସବିଆଇ ଶାଖାରେ ଥିବା ଆକାଉଣ୍ଟରେ ଅତିକମରେ ୩ ହଜାର ଟଙ୍କା ରଖାଯାଉଥିଲ​‌​‌। କିନ୍ତୁ ଆଜିଠାରୁ ମେଟ୍ରୋ ସିଟି ଶାଖା ଓ ସହର ଅଞ୍ଚଳର ଶାଖା ଭଉୟ ଲାଗି ସମାନ ମାସିକ ଆଭେରେଜ ବାଲାନ୍ସ ୩ ହଜାର ରହିବ।

ଏବେ ଏସବିଆଇରେ ‘ସାଲାରୀ ଆକାଉଣ୍ଟ’, ‘ବେସିକ ସେଭିଂ ଡିପୋଜିଟ୍‌’, ‘ପିଏମ ଜନଧନ ଯୋଜନା’ ଆକାଉଣ୍ଟ ଏଏମବିରେ ସାମିଲ କରାଯାଇ ନଥିଲା। ତେବେ ଆଜିଠାରୁ ୧୮ ବର୍ଷର ନାବାଳିକା, ପେନସନର, ସିନିୟର ସିଟିଜେନ ଓ ୨୧ ବର୍ଷ ବୟସ୍କ ଛାତ୍ରଙ୍କ ଆକାଉଣ୍ଟ ପାଇଁ ମିନିମମ ବାଲାନ୍ସ ନିୟମ ଲାଗୁହେବ ନାହିଁ।

ଜୁଲାଇ ୧ ତାରିଖଠାରୁ ଏସବିଆଇର ଡିଜିଟାଲ ମୋଡ୍​‌ରେ ଆରଟିଜିଏସ ଓ ଏନଏଫଟି ମାଧ୍ୟମରେ ଟ୍ରାଞ୍ଜାକ୍ସନ ମାଗଣାରେ କରାଯାଉଥିଲା। କିନ୍ତୁ ଆଜିଠାରୁ ଏଥିପାଇଁ ଶୁଳ୍କ ଆଦାୟ କରାଯିବ।

ଶାଖାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଏନଇଏଫଟି କଲେ ୨ ଟଙ୍କା ଓ ୧ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଏନଇଏଫଟି କଲେ ୧୨ ଟଙ୍କା ଶୁଳ୍କ ଆଦାୟ କରାଯିବ।

ସେହିପରି ୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରିଟିଜିଏସ କଲେ ୫ ଟଙ୍କା ଓ ୫ରୁ ଅଧିକ ଆରିଟିଜିଏସ କଲେ ୪୦ ଟଙ୍କା ଚାର୍ଜ ପଡିବ।
ଏସବିଆଇ ଏଟିଏମ ଚାର୍ଜ ମଧ୍ୟ ବଦଳିବ। ୬ଟି ମେଟ୍ରୋ ସିଟି ଏଟିଏମରେ ଗ୍ରାହକ ମାଗଣା ଟ୍ରାଞ୍ଜାକ୍ସନ କରିପାରିବେ। ସବୁ ସହରରେ ସ୍ୟାଲେରି ଆକାଣ୍ଟଧାରୀ ଅଧିକ ଟ୍ରାନଯାକସନ କରି ପାରିବେ।

ସେଭିଙ୍ଗ ଆକାଉଣ୍ଟଧାରୀଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ପ୍ରଥମ ୧୦ଟି ଚେକ୍ ମାଗଣାରେ ମିଳିବ। ଏହି ୧୦ ଟିକିଆ ଚେକ୍‌ବୁକ୍ ଲାଗି ୪୦ ଟଙ୍କା ଜିଏସଟି ଦେବାଲାଗି ହେବ। ସେହିପରି ୨୫ ଟିକିଆ ଚେକ୍ ବୁକ ଲାଗି ୭୫ ଟଙ୍କା ଜିଏସଟି ପାଇଁ ଦେବାକୁ ହେବ ବୋଲି ଏସବିଆଇ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି ।

Comments are closed.