Latest Odisha News

କୋଭିଡ ପରିଚାଳନା: ଏସବିଆଇର ଅଧ୍ୟୟନ ଅନୁଯାୟୀ ଚତୁର୍ଥ ସ୍ଥାନରେ ଓଡିଶା

ଭୁବନେଶ୍ୱର: କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନୁସନ୍ଧାନ ୱିଙ୍ଗ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଏହି ରିପୋର୍ଟ ଦେଇଛି ।

ଅଧ୍ୟୟନ ଏପ୍ରିଲରୁ ନଭେମ୍ବର ମଧ୍ୟରେ ମାସିକ ତଥ୍ୟ ସହିତ ଦୁଇ ପର୍ଯ୍ୟାୟ ଗାଣିତିକ ମଡେଲ୍ ଅନୁସରଣ କରି କରାଯାଇଥିଲା । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଉତ୍ତର ପୂର୍ବାଞ୍ଚଳ ମିଳିତ ଭାବେ ର଼୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଥିବାବେଳେ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ହିମାଚଳ ପ୍ରଦେଶ ତାଲିକାର ଶେଷରେ ଅଛନ୍ତି ।

କୋଭିଡ ପରିଚାଳନା, ମାକ୍ରୋ ପାରାମିଟର ଏବଂ କେନ୍ଦ୍ର ସରକାରୀ ଯୋଜନା ଆଧାରରେ ଏହି ଅଧ୍ୟୟନ କରାଯାଇଥିଲା । ଅନୁଧ୍ୟାନକାରୀ ରାଜ୍ୟଗୁଡିକର କୋଭିଡ ପରିଚାଳନାକୁ ଆକଳନ କରିବା ପାଇଁ ପ୍ରକୃତ ସଂଖ୍ୟା ଏବଂ ଆନୁମାନିକ ସଂଖ୍ୟା,  ରିପୋର୍ଟ ନ ହେଉଥିବା ସମ୍ଭାବ୍ୟ ସଂଖ୍ୟା, ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା, ମୃତ୍ୟୁ ହାରକୁ ନଜରରେ ରଖିଥିଲେ ।

ସେପ୍ଟେମ୍ବର ୨୫ ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଥିଲା । ଏହି ଦିନ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ କୋଭିଡ ଗ୍ରାଫରେ ପରିବର୍ତ୍ତନ ଆସିଥିଲା । କାରଣ ଏହା ପରେ ଆକ୍ରାନ୍ତଙ୍କ ସଂଖୟା ହ୍ରାସ ପାଇ ଦୈନିକ ୫୦୦ ତଳକୁ ଖସି ଆସିଥିଲା । ଆଉ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ।

ଏସବିଆଇ ଅଧ୍ୟୟନ ଅନୁଯାୟୀ, ଓଡିଶାରେ ନଭେମ୍ବର ଯାଏଁ ୪,୦୩,୮୪୪ ସଂଖ୍ୟା ଆକ୍ରାନ୍ତ ହେବେ ବୋଲି ଅନୁମାନ ରହିଥିଲା । କିନ୍ତୁ ପ୍ରକୃତ ପକ୍ଷେ ୩,୧୮,୭୨୫ ଆକ୍ରାନ୍ତ ହୋଇଥିଲେ । ଅନୁମାନ ତୁଳନାରେ ଓଡିଶା ଉତ୍ତମ କୋଭିଡ ପରିଚାଳନା ଯୋଗୁଁ ଏହାକୁ ନିୟନ୍ତ୍ରଣ କରାଯାଇପାରିଥିଲା ବୋଲି ମତ ପ୍ରକାଶ ପାଇଛି ।

 

 

Leave A Reply

Your email address will not be published.