Latest Odisha News

BREAKING NEWS

ମହାରାଷ୍ଟ୍ରରେ ଶଗଡ ଦୌଡକୁ ଅନୁମତି ଦେଲେ ସୁପ୍ରିିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶଗଡ ଦୌଡକୁ ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏଥିନେଇ ମହାରାଷ୍ଟ୍ରରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତରେ ୨୦୧୮ରେ ଏହାକୁ ବମ୍ବେ ହାଇକୋର୍ଟ ବନ୍ଦ କରିଥିଲେ । ପରେ ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା । ବିଚାରପତି ଏଏମ ଖାନୱିଲକର ଓ ସିଟି କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ରାୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ମତରେ ପ୍ରାଣୀଙ୍କ କ୍ରୁରତା ନେଇ ସମସ୍ତେ ସଜାଗ ରହିବା ଉଚିତ । ଯଦି ଅନ୍ୟ ରାଜ୍ୟରେ ଏ ଭଳି ଦୌଡ ସୁରୁଖୁରୁରେ ସମ୍ପାଦିନ ହେଉଛି ତାହାହେଲେ ମହାରାଷ୍ଟ୍ରରେ ଏହାକୁ ବନ୍ଦ କରିବାର ମାନେ କିଛି ନାହିଁ । ସତର୍କ ଓ ସଚେତନତା ସହ ଏହାକୁ ଚାଲୁ ରଖିବା ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.