Latest Odisha News

ଦେଶରେ ପ୍ରାୟ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଜାରି ହେଇଛି ଆଧାର କାର୍ଡ

ନୂଆଦିଲ୍ଲୀ: ଭାରତରେ ପ୍ରାୟ ୧୩୧ କୋଟି ଆଧାର କାର୍ଡ ଜାରି କରାଯାଇଛି ବୋଲି ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆର ସିଇଓ ସୌରଭ ଗର୍ଗ ଗୁରୁବାର ଦିନ କହିଛନ୍ତି। UIDAI ହେଉଛି ଏକ ଆଇନଗତ ପ୍ରାଧିକରଣ ଯାହା ଆଧାରକୁ ନିୟନ୍ତ୍ରଣ କରିଥାଏ ଏବଂ ଏହା ଭାରତର ନାଗରିକମାନଙ୍କୁ ଆଧାର କାର୍ଡ ପ୍ରଦାନ କରିଥାଏ।

ଭାରତର ବୟସ୍କ ଜନସଂଖ୍ୟାର ମୋଟ ୯୯.୭% ଆଧାରରେ ନାମ ଲେଖାଇ ସାରିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ପ୍ରାୟ ୩୦୦ ଟି ଯୋଜନା ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ୪୦୦ ଟି ଆଧାର ସେବା ସହ ଜଡିତ ବୋଲି ସେ ସୂଚନା ଦେଇଛନ୍ତି।

UIDAIର ସିଇଓ ଉଲ୍ଲେଖ କରିଛନ୍ତି ଯେ କର୍ତ୍ତୃପକ୍ଷଙ୍କ ପ୍ରୟାସ ହେଉଛି ନବଜାତ ଶିଶୁମାନଙ୍କୁ ଆଧାରରେ ନାମ ଲେଖାଇବା। ସେ ଏହା ମଧ୍ୟ କହିଛନ୍ତି ଯେ ଆମର ସୁରକ୍ଷା ବ୍ୟବସ୍ଥା ବିଶ୍ୱ ସ୍ତରୀୟ।

Leave A Reply

Your email address will not be published.