Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ଅକ୍ଟୋବର ୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପ୍ରସଙ୍ଗ ନେଇ ମଙ୍ଗଳବାର ଦିନ ଏହାର ଶୁଣାଣିକୁ ସୁପ୍ରିମକୋର୍ଟ ଅକ୍ଟୋବର ୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ଗଠିତ ଖଣ୍ଡପୀଠରେ ଥିବା ଜଷ୍ଟିସ ଅରୁଣ ମିଶ୍ର, ବି ଆର ଗଭାଇ ଏବଂ ଏମ ଆର ଶାହ ଶୁଣାଣିକୁ ଅକ୍ଟୋବର ୩ ତାରିଖକୁ ଘୁଞ୍ଚାଇଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପ୍ରସଙ୍ଗକୁ ନେଇ ଆମିକସ୍ କ୍ୟୁରୀ ରଞ୍ଜିତ୍ କୁମାର ଏବଂ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ଆଉ ଅଧିକ ୨ ସପ୍ତାହ ସମୟ ନେଇଥିବା ଯୋଗୁଁ ଅଦାଲତ ଶୁଣାଣି ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ପୁରୀରେ ଚାଲିଥିବା ବିକାଶ କାର୍ଯ୍ୟ ତଦାରଖ କରି ଏହାକୁ ନେଇ ଏକ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରୀ ଏବଂ ସଲିସିଟର୍ ଜେନେରାଲଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ସୁପ୍ରିକୋର୍ଟଙ୍କ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ସହିତ ଆମିକସ୍ କ୍ୟୁରୀ ଏବଂ ସଲିସିଟର୍ ଜେନେରାଲ ଉଭୟେ ସେପ୍ଟେମ୍ବର ୭ ତାରିଖ ଦିନ ପୁରୀ ଆସି ମେଘନାଦ ପାଚେରୀରୁ ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରକ୍ରିୟା ବୁଲି ଦେଖିଥିଲେ ।

Leave A Reply

Your email address will not be published.