Latest Odisha News

BREAKING NEWS

ପେଗାସସ୍ ସ୍ପାଏୱେୟାର ମାମଲା; ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ଆଜି ଆସିପାରେ ପେଗାସସ୍ ଗୁଇନ୍ଦାଗିରି ଯାଞ୍ଚ ଆବେଦନ ଉପରେ ଶୁଣାଣି। ଆଜି ଏହି ମାମଲାର ଶୁଣାଣି କରିପାରନ୍ତି ସୁପ୍ରିମ୍‌କୋର୍ଟ। ପେଗାସସ୍ ଗୁପ୍ତଚର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ବିଭିନ୍ନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ।

ଏହି ପିଟିସନରେ ପେଗାସସ୍ ଗୁଇନ୍ଦାଗିରି ମାମଲା କୋର୍ଟର ତତ୍ତ୍ୱାବଧାନରେ ଏସଆଇଟି ଯାଞ୍ଚ ପାଇଁ ଦାବି ହୋଇଛି। ଏଥିରେ ରାଜନେତା, କାର୍ଯ୍ୟକର୍ତ୍ତା, ସାମାଜିକ କର୍ମୀ, ଆଇନଜୀବୀ, ବରିଷ୍ଠ ସାମ୍ବାଦିକଙ୍କ ଫୋନ୍‌ ହ୍ୟାକ୍‌ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା

ଏହି ମାମଲାର ନଅଟି ପୃଥକ ଆବେଦନ ଶୁଣାଣି ହେବ। ରିପୋର୍ଟ ଅନୁଯାୟୀ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ପ୍ରାୟ ୩୦୦ ଭାରତୀୟଙ୍କ ଫୋନ୍‌ ହ୍ୟାକ୍‌ କରାଯାଇଥିବା ଅଭିଯୋଗ ହୋଇଛି।

Comments are closed.