Latest Odisha News

BREAKING NEWS

ଭାରତୀୟ ଯାତ୍ରୀଙ୍କ ପାଇଁ କରୋନା କଟକଣା କୋହଳ କଲା ବ୍ରିଟେନ

ନୂଆଦିଲ୍ଲୀ: ଭାରତରୁ ବ୍ରିଟେନକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ କୋହଳ ହେଲା କଟକଣା। ବ୍ରିଟେନ ଭାରତକୁ ‘ରେଡ୍ ଲିଷ୍ଟ’ରୁ ହଟାଇ ‘ ଆମ୍ବର ତାଲିକାରେ ‘ରଖିବାକୁ ନିଷ୍ପତ୍ତି ନେଇଛି।

ଦୀର୍ଘ ଦିନ ଧରି ବ୍ରିଟେନ ଯିବାକୁ ଚାହୁଁଥିବା ହଜାର ହଜାର ଭାରତୀୟ ପରିବାର ଛାତ୍ରଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ତାଲିକାର ପରିବର୍ତ୍ତନ ଅର୍ଥ ହେଉଛି ଯେ ଲୋକମାନେ ବ୍ରିଟେନରେ ପହଞ୍ଚିବା ପୂର୍ବରୁ ନିଜ ପସନ୍ଦର ଯେକୌଣସି ସ୍ଥାନରେ ୧୦ ଦିନ ପାଇଁ ସଙ୍ଗରୋଧରେ ରହିପାରିବେ।

ଏହି ପରିବର୍ତ୍ତନ ୮ ଅଗଷ୍ଟରୁ କାର୍ଯ୍ୟକାରୀ ହେବ ବୋଲି ବ୍ରିଟେନ କହିଛି। ଭାରତ ବ୍ୟତୀତ ବ୍ରିଟେନ, ୟୁଏଇ, କତାର ଏବଂ ବହାରେନକୁ ଏହି ତାଲିକାରେ ସାମିଲ୍‌ କରିଛି। ବ୍ରିଟେନରେ ରହୁଥିବା ଭାରତୀୟଙ୍କ ପାଇଁ ଏହି ନିଷ୍ପତ୍ତି ବେଶ୍‌ ଆଶ୍ବସ୍ତି ଆଣିଦେଇଛି।

Leave A Reply

Your email address will not be published.