Latest Odisha News

BREAKING NEWS

ଶାହନୱାଜଙ୍କୁ ବଡ ଆଶ୍ୱସ୍ତି: ହାଇକୋର୍ଟ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଶାହନୱାଜ ହୁସେନଙ୍କୁ ଆଜି ମିଳିଛି ସୁପ୍ରିମ ରିଲିଫ । ମାନ୍ୟବର ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଜାରୀ କରାଯାଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ଶାହନୱାଜଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ଅଭିଯୋଗ ମାମଲାରେ ଏଫଆଇଆର ପଂଜୀକରଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶାହନୱାଜ ଛତ୍ରପୁର ଫାର୍ମହାଉସକୁ ଡାକିନେଇ ଦୁଷ୍କର୍ମ କରିଥିବା ଉକ୍ତ ମହିଳାଜଣଙ୍କ ଅଭିଯୋଗ କରିଥିଲେ । ଶାହନୱାଜଙ୍କ ଓକିଲ ସିଦ୍ଧାର୍ଥ ଲୁଥ୍ରା କହିଛନ୍ତି ଉକ୍ତ ମହିଳା ଏବଂ ଶାହନୱାଜ ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା । ଶାହନୱାଜଙ୍କୁ ସେ ଅଯଥାରେ ଏହି ମାମଲାରେ ଭିଡିଛନ୍ତି । ପୋଲିସ ପାଖରେ ବଳିଷ୍ଠ ପ୍ରମାଣ ନ ଥିବା ବେଳେ ଟ୍ରାଏଲ କୋର୍ଟ ପକ୍ଷର ମଧ୍ୟରୁ କୌଣସି କାରଣ ଦର୍ଶା ଯାଇ ନ ଥିଲା । ତାଙ୍କ ଯୁକ୍ତି ବଳରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ।

Comments are closed.