ମସ୍କୋ: ରୁଷିଆର ସୁରକ୍ଷା ଏଜେନ୍ସି ଜଣେ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଆତଙ୍କବାଦୀଠାରୁ ମିଳିଥିବା ତଥ୍ୟ ଅନୁସାରେ ଆଇଏସ ଭାରତ ସରକାରର କେତେକ ତୁଙ୍ଗ ନେତାଙ୍କୁ ମାରିବା ପାଇଁ ଆତ୍ମଘାତୀ ଷଡଯନ୍ତ୍ର ରଚୁଛି । ଏହା ପ୍ରକାଶ ପାଇବା ପରେ ବିଜେପିର ବରିଷ୍ଠ ନେତାଙ୍କୁ ଆଲର୍ଟ କରାଯାଇଛି । ଏଫଏସବିର ଅଧିକାରୀଙ୍କ ଅନୁସାରେ ଗିରଫ ଆତଙ୍କବାଦୀ ମଧ୍ୟ ଏସିଆର । ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଏହି ଆତଙ୍କବାଦୀ ତୁର୍କୀରେ ଥିଲେ । ତାଙ୍କୁ ବିଜେପିର ଜଣେ ତୁଙ୍ଗ ନେତାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ କରାଯାଉଥିଲା । ଟେଲିଗ୍ରାମ ମାଧ୍ୟମରେ ଏହି ବ୍ୟକ୍ତି ଆତଙ୍କବାଦୀ ସଂଗଠନ ସହ ଯୋଡି ହେବା ପରେ ତୁର୍କୀରେ ଆବଶ୍ୟକ ପ୍ରଶିକ୍ଷଣ ନେଇଥିଲା । ରୁଷିଆ ବାଟ ଦେଇ ସେ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ରୁଷିଆ ଏଜେନ୍ସି ଏହି ଆତଙ୍କବାଦୀର ପ୍ରକୃତ ଠିକଣା ଏବଂ ନାମ ପ୍ରକାଶ କରି ନାହିଁ ।
BREAKING NEWS
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!

Comments are closed.