Latest Odisha News

BREAKING NEWS

ଭାରତରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଆତଙ୍କବାଦୀ ରୁଷରେ ଗିରଫ

ମସ୍କୋ: ରୁଷିଆର ସୁରକ୍ଷା ଏଜେନ୍ସି ଜଣେ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଆତଙ୍କବାଦୀଠାରୁ ମିଳିଥିବା ତଥ୍ୟ ଅନୁସାରେ ଆଇଏସ ଭାରତ ସରକାରର କେତେକ ତୁଙ୍ଗ ନେତାଙ୍କୁ ମାରିବା ପାଇଁ ଆତ୍ମଘାତୀ ଷଡଯନ୍ତ୍ର ରଚୁଛି । ଏହା ପ୍ରକାଶ ପାଇବା ପରେ ବିଜେପିର ବରିଷ୍ଠ ନେତାଙ୍କୁ ଆଲର୍ଟ କରାଯାଇଛି । ଏଫଏସବିର ଅଧିକାରୀଙ୍କ ଅନୁସାରେ ଗିରଫ ଆତଙ୍କବାଦୀ ମଧ୍ୟ ଏସିଆର । ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଏହି ଆତଙ୍କବାଦୀ ତୁର୍କୀରେ ଥିଲେ । ତାଙ୍କୁ ବିଜେପିର ଜଣେ ତୁଙ୍ଗ ନେତାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ କରାଯାଉଥିଲା । ଟେଲିଗ୍ରାମ ମାଧ୍ୟମରେ ଏହି ବ୍ୟକ୍ତି ଆତଙ୍କବାଦୀ ସଂଗଠନ ସହ ଯୋଡି ହେବା ପରେ ତୁର୍କୀରେ ଆବଶ୍ୟକ ପ୍ରଶିକ୍ଷଣ ନେଇଥିଲା । ରୁଷିଆ ବାଟ ଦେଇ ସେ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ରୁଷିଆ ଏଜେନ୍ସି ଏହି ଆତଙ୍କବାଦୀର ପ୍ରକୃତ ଠିକଣା ଏବଂ ନାମ ପ୍ରକାଶ କରି ନାହିଁ ।

Leave A Reply

Your email address will not be published.