ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମ୍ପୃକ୍ତ ଅଭିଯୁକ୍ତଙ୍କ ହୋର୍ଡିଂକୁ ନେଇ ଯୋଗୀ ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ହିଂସା ସମ୍ପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ମାରିବାକୁ ଅଧିକାର କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଯୋଗୀ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ଜବାବ ମାଗିଛନ୍ତି।
ସିଏଏ ବିରୋଧୀ ହିଂସାର ଅଭିଯୁକ୍ତଙ୍କ ପୋଷ୍ଟର ମରାଯିବା ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟ ୟୁପି ସରକାରଙ୍କୁ ଭର୍ସନା କରିବା ସହ ତୁରନ୍ତ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ଯୋଗୀ ସରକାର ଗ୍ରହଣ କରିନଥିଲେ । ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରିଥିଲେ ।
ଆଜି ଏହାର ଶୁଣାଣି କରି ସୁପ୍ରିମକୋର୍ଟ ୟୁପି ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅଭିଯୁକ୍ତଙ୍କ ପୋଷ୍ଟର ଜାରି ନେଇ ଯୋଗୀ ସରକାରଙ୍କୁ ଜବାବ ମାଗିଛନ୍ତି । ଏହାପରେ ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ତିନି ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ମାର୍ଚ୍ଚ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
BREAKING NEWS
- ଆଇଟିଇଆର ରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ
- ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ
- Railway zone:ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଦକ୍ଷିଣତଟ ରେଳବାଇରେ ମିଶ୍ରଣକୁ ବିଜେଡିର ବିରୋଧ
- Earthquake: ଥରିଲା ଉତ୍ତର ଭାରତ;ଭୂମିକମ୍ପର କେନ୍ଦ୍ରସ୍ଥଳ…
- West Bengal Polls: ସରକାରୀ ଅଧିକାରୀ ମମତା ବାନାର୍ଜୀଙ୍କ ଦଳ ପାଇଁ ପ୍ରଚାର କରୁଥିଲେ; ECIର କାର୍ଯ୍ୟାନୁଷ୍ଠାନ ଗ୍ରହଣ
- Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା ATS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ପାଟିରେ ପଶିଗଲା କଉ ମାଛ…ଚାଲିଗଲା ଯୁବକଙ୍କ ଜୀବନ
Comments are closed.