Latest Odisha News

BREAKING NEWS

ବିନା ବିବାହରେ ସରୋଗେସିଙ୍କୁ ସୁପ୍ରିମକୋର୍ଟଙ୍କ ନାଁ

ନୂଆଦିଲ୍ଲୀ: ବିନା ବିବାହରେ ସରୋଗୋସୀ ମାଧ୍ୟମରେ ଜଣେ ମହିଳା ମାଆ ହେବାକୁ ଚାହିଁଥିଲେ । ୪୪ ବର୍ଷୀୟ ଏହି ମହିଳା ନିଜ ଓକିଲଙ୍କ ମାଧ୍ୟମରେ ଏ ନେଇ ଆବେଦନ କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାର ଶୁଣାଣୀ କରି କହିଛନ୍ତି ବିନା ବିବାହରେ ସରୋଗେସୀ ମାଧ୍ୟମରେ ମାଆ ହେଇପାରିବ ନାହିଁ । ଆମେ ପାଶ୍ଚାତ୍ୟ ଦେଶକୁ ଅନ୍ଧଭାବେ ଅନୁସରଣ କରିପାରିବା ନାହିଁ । ଦେଶରେ ବିବାହକୁ ସୁରକ୍ଷିତ ରଖାଯିବା ଉଚିତ ବୋଲି ବିଚାରପତି ବିଭି ନାଗରତ୍ନା ଓ ଅଗଷ୍ଟିନ ଜର୍ଜ କହିଥିଲେ । ଆପଣ ଯଦି ମାଆ ହେବାକୁ ଚାହୁଁଛନ୍ତି ତେବେ ବିବାହ କରିପାରିବେ କିମ୍ବା ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ।

ପାଶ୍ଚାତ୍ୟ ଦେଶରେ ଅନେକ ପିଲା ସେମାନଙ୍କ ବାପା ମାଆଙ୍କ ବିଷୟରେ ଠିକ ଭାବେ କହିପାରିବେ ନାହିଁ । ସେଠାରେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରିବା ଏକ ସାଧାରଣ କଥା । ଆମେ କିନ୍ତୁ ସେ ଭଳି ଘଟଣା ଏଠାରେ ଦେଖିବାକୁ ଚାହୁଁ ନାହୁଁ । ଆମକୁ ଆପଣ ଏହି ପ୍ରସଙ୍ଗରେ ରକ୍ଷଣଶୀଳ କହିପାରିବେ, ଆମେ କିନ୍ତୁ ଏହାକୁ ଗ୍ରହଣ କରୁଛୁ ।

Leave A Reply

Your email address will not be published.