ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଆଗ ଧାଡିରେ ଛିଡା ହୋଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ହେଲେ ଦିନକୁଦିନ ହସ୍ପିଟାଲ କର୍ମଚାରୀଙ୍କ ପ୍ରତି ଆକ୍ରମଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଏହି ପରିପ୍ରେକ୍ଷୀରେ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ର (RDA) ସମସ୍ତ ସଦସ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେମାନେ ହେଲ୍ଥ ସର୍ଭିସେସ୍ ପର୍ସନାଲ୍ ଆଣ୍ଡ କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟସ୍ ଭଳି ବିଲ୍ ପାସ୍ କରିବାକୁ ଦାବି କରିଛନ୍ତି ।
Delhi: Resident Doctors Association of AIIMS (All India Institute Of Medical Sciences) in the letter to Union Home Minister has highlighted the seven instances where doctors were assaulted while on duty for #COVID19. https://t.co/2NzwqDPOpS
— ANI (@ANI) April 17, 2020
ଏହି ବିଲରେ ଡାକ୍ତରଙ୍କ ପ୍ରତି ହିଂସା ଓ ହସ୍ପିଟାଲ ପ୍ରପର୍ଟି ର ସୁରକ୍ଷା ଜନିତ ଦାବି ଉଲ୍ଲେଖ ରହିଛି । ଦାବି ଛଡା ଚିଠିରେ ସେମାନେ ସଂକ୍ରମଣ ନୁହେଁ ବରଂ ଆକ୍ରମଣକୁ ଭୟ କରୁଥିବା ଉଲ୍ଲେଖ କରିଛନ୍ତି ।
ଗତବର୍ଷ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ଆକ୍ରମଣ ନେଇ ଜୁନ ମାସରେ ସମସ୍ତ ଡାକ୍ତର ଧାରଣା ଦେଇଥିଲେ । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଚଏସପିସିଇ ବିଲ୍ ଉପସ୍ଥାପନ କରିଥିଲା । ହେଲେ ଡିସେମ୍ବର ମାସରେ ଗୃହ ମନ୍ତ୍ରାଳୟ ଏହି ବିଲ ଉପରେ ଏତେଟା ଧ୍ୟାନ ଦେଇନଥିଲା । ଯଦି ଏହି ବିଲ୍ ପାସ ହେଉଛି ତେବେ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ହେବ ।
Comments are closed.