Latest Odisha News

ଡ଼ରାଉଛି କିଡନୀ ରୋଗ: ଭୟରେ ଗ୍ରାମବାସୀ !

Scary kidney disease: Villagers in fear

ନୂଆପଡ଼ା: ଡ଼ରାଉଛି କିଡନୀ ରୋଗ, ଭୟରେ ଗ୍ରାମବାସୀ । କିଡନୀ ରୋଗରେ ପୀଡିତ ହୋଇ ଦୁଇ ତିନି ବର୍ଷ ଭିତରେ ଆଠ ରୁ ଦଶ ଜଣଙ୍କର ଜୀବନ ଗଲାଣି । ବର୍ତ୍ତମାନ ତିରିଶ ରୁ ଉର୍ଦ୍ଧ ଲୋକେ ରୋଗାକ୍ରାନ୍ତ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ୍ କରୁଛନ୍ତି। ଏତେ ସବୁ ପରେ ମଧ୍ୟ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସାଜିଛି ନିରବଦ୍ରଷ୍ଟା । ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମହଗାଁ ଗ୍ରାମରୁ ।

ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଏକ ଉପାନ୍ତ ଗାଁ ମଧ୍ୟରୁ ମହଗାଁ ଅନ୍ୟତମ । ଦୁଇ ୱାର୍ଡ ବିଶିଷ୍ଟ ଏହି ଗାଁରେ ଏବେ ଆତଙ୍କ ଖେଳାଇଛି କିଡନୀ ରୋଗ । ଘରେ ଘରେ ମାଡ଼ି ବସିଛି କିଡନୀ ରୋଗ । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଗାଁରେ ଗତ ଦୁଇ ତିନି ବର୍ଷରେ ୮ ରୁ ୧୦ ଜଣଙ୍କର କିଡନୀ ରୋଗ ରେ ମୁର୍ତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୩୦ ରୁ ୪୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ରୋଗର ପ୍ରକୃତ କାରଣ ଜଣାପଡୁନଥିବା ବେଳେ ପିଇବା ପାଣି ହିଁ ମୁଖ୍ୟ କାରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଏ ବିଷୟରେ ଖବର ପାଇ ସ୍ଥାନୀୟ ଯୁବ ସମାଜସେବୀ ପ୍ରିୟ ରଞ୍ଜନ ମେହେର ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ, ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଡାକି ପ୍ରାଥମିକ ତଦନ୍ତ କରାଇଥିବା ଦେଖିବାକୁ ମିଳିଛି । ଏଥି ସହିତ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଡାକି ପାଣି ପରୀକ୍ଷା ପାଇଁ ମଧ୍ୟ ସେ ଅନୁରୋଧ କରି ଥିଲେ । ଏନେଇ ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ରୋଗର କାରଣ ଅସ୍ପଷ୍ଟ ଥିବା ବେଳେ, ପାଣି ଏହାର ମୁଖ୍ୟ କାରଣ ହୋଇଥାଇ ପାରେ ଓ ଏହାର ସ୍ଵତନ୍ତ୍ର ପରୀକ୍ଷଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଅପରପକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଜନସ୍ୱାସ୍ଥ୍ୟ ବିଭାଗ ଏହି ଘଟଣା ଉପରେ ଗୁରୁତ୍ଵ ଦେଇ, ସ୍ୱତନ୍ତ୍ର ପରୀକ୍ଷା କରି

Leave A Reply

Your email address will not be published.