Latest Odisha News

BREAKING NEWS

ଏମିତି ମନ୍ଦିର, ଯେଉଁଠିି ଭଗବାନଙ୍କୁ ଦର୍ଶନ କଲେ ମହିଳା ହୁଅନ୍ତି ବିଧବା

ହରିୟାଣା: ମହାଭାରତର ଯୁଦ୍ଧ ହେଉ କିମ୍ବା ଭଗବାନ କୃଷ୍ଣଙ୍କ ଦ୍ୱାରା ଅର୍ଜୁନଙ୍କୁ ଦିଆଯାଇଥିବା ଗୀତା ଜ୍ଞାନ ହେଉ । କୁରୁକ୍ଷେତ୍ରରେ ନିଜସ୍ୱ ଧାର୍ମିକ ଏବଂ ଏ୍ୟୌତିହାସିକ ଗୁରୁତ୍ୱ ରହିଛି । ଏହି ପବିତ୍ର ଭୂମିରେ ଅନେକ ଧାର୍ମିକ ସ୍ଥାନ ଅଛି, ଯେଉଁଥିରେ ଭକ୍ତମାନଙ୍କର ବିଶ୍ୱାସ ଯୋଡ଼ି ହୋଇଛି । ଏହା ମଧ୍ୟରେ ଏପରି ଏକ ମନ୍ଦିର, ଯାହା ମହିଳାମାନଙ୍କ ପାଇଁ ଅଭିଶାପ ବୋଲି ବିବେଚନା କରାଯାଏ । ମହିଳାମାନେ ଏହି ମନ୍ଦିର ପରିଦର୍ଶନ କରିବା ପରେ ବିଧବା ହୁଅନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।

ଏହି ମନ୍ଦିର ଧର୍ମନଗରୀ କୁରୁକ୍ଷେତ୍ରଠାରୁ ୨୦ କିଲୋମିଟର ଦୂରରେ ଥିବା ପେହୋବାରେ ଅବସ୍ଥିତ । ଏଠାରେ ସରସ୍ୱତୀ ତିର୍ଥରେ ଭଗବାନ ଶଙ୍କରଙ୍କ ପୁଅ କାର୍ତ୍ତିକେୟଙ୍କର ଏକ ମନ୍ଦିର ଅଛି । ଏହି ମନ୍ଦିରର ଗର୍ଭଗୃହରେ ଭଗବାନ କାର୍ତ୍ତିକେୟଙ୍କ ଏକ ପିଣ୍ଡି ଅଛି । ମହିଳାମାନେ ଏହି ପିଣ୍ଡି ପରିଦର୍ଶନ କରିବା ଉଚିତ୍ ନୁହେଁ ବୋଲି ବିଶ୍ୱାସ କରାଯାଏ । ଯଦି ମହିଳାମାନେ ଏହି ମନ୍ଦିର ପରିଦର୍ଶନ କରନ୍ତି, ତେବେ ସେ ସାତ ଜନ୍ମ ପାଇଁ ବିଧବା ହୋଇ ରହିଥା’ନ୍ତି । ଏହି ବିଶ୍ୱାସକୁ ଉଲ୍ଲେଖ କରି ମନ୍ଦିର ବାହାରେ ଏକ ବୋର୍ଡ ମଧ୍ୟ ଲଗାଯାଇଛି ।

ଯେତେବେଳେ କୌଣସି ମହିଳା ଏହି ମନ୍ଦିର ପରିଦର୍ଶନରେ ଆସନ୍ତି, ସେତେବେଳେ ମନ୍ଦିରର ପୂଜାରୀ ସେମାନଙ୍କୁ ବାରଣ କରିବା ସହ ପ୍ରଚଳିତ ବିଧବା ପ୍ରସଙ୍ଗ ବିଷୟରେ ମଧ୍ୟ ସୂଚନା ଦିଅନ୍ତି । ମହିଳାମାନଙ୍କୁ ଗର୍ଭଗୃହ ବାହାରେ ଥିବା କାର୍ତ୍ତିକେୟ ମହାରାଜଙ୍କ ଦର୍ଶନ କରିବା ପାଇଁ ଅନୁମତି ରହିଛିି । ଏହି ନିୟମ କେବଳ ମହିଳାମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ଛୋଟ ଏବଂ ନବଜାତ ଝିିଅମାନଙ୍କୁ ମଧ୍ୟ ଗର୍ଭଗୃହରେ ପ୍ରବେଶ କରିବାକୁ ଅନୁମତି ନାହିଁ । କାର୍ତ୍ତିିକେୟ ମହାରାଜ ଏଠାରେ ଏକ ପିଣ୍ଡି ଆକାରରେ ବସିଛନ୍ତି । ତାଙ୍କ ପିଣ୍ଡିରେ ପ୍ରତ୍ୟେକ ଦିନ ସୋରିଷ ତେଲ ଅର୍ପଣ କରିବାର ପରମ୍ପରା ରହିଛି ।

ବିଶ୍ୱାସ କରାଯାଏ ଯେ, କାର୍ତ୍ତିକେୟ ମାତା ପାର୍ବତୀଙ୍କ ଉପରେ ରାଗିଯାଇ ନିଜ ଶରୀରର ମାଂସ ଓ ରକ୍ତକୁ ନିଆଁରେ ଉତ୍ସର୍ଗ କରି ଦେଇଥିଲେ । ଏହି ସମୟରେ ଭଗବାନ ଶଙ୍କର ତାଙ୍କୁ ପେହୋବା ତୀର୍ଥଯାତ୍ରା କରିବାକୁ କହିଥିଲେ । କାର୍ତ୍ତିକେୟଙ୍କ ଗରମ ଶରୀରକୁ ଥଣ୍ଡା ଦେବା ପାଇଁ ସାଧୁମାନେ ତାଙ୍କ ଉପରେ ସୋରିଷ ତେଲ ଲଗାଇଥିଲେ । ଥଣ୍ଡା ହେବା ପରେ କାର୍ତ୍ତିକେୟ ପିହୋବା ତୀର୍ଥଯାତ୍ରାରେ ଯାଇ ଏଠାରେ ପିଣ୍ଡି ଆକାରରେ ରହି ଆସୁଛନ୍ତି ।

Leave A Reply

Your email address will not be published.