ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ଏକ ବିଦ୍ୟାଳୟରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସକାଳ ପ୍ରାର୍ଥନା ସମୟରେ ବିଳମ୍ବରେ ଆସିଥିବା ଛାତ୍ରୀମାନଙ୍କର କେଶ କାଟିବା ସହ ମାଡ ମାରି ଖରାରେ ଛିଡା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଏହି ଘଟଣା ବିଷୟରେ କାହାକୁ ନ କହିବା ପାଇଁ ମଧ୍ଯ କୁହାଯାଇଥିଲା।
ତେବେ ଏହି ଘଟଣା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଘଟିଛି।ଏହା ଏକ ଆବାସିକ ବାଳିକା ମାଧ୍ୟମିକ ବିଦ୍ୟାଳୟ ଅଟେ।
ସୂଚନା ଅନୁଯାୟୀ, ସକାଳେ ପାଣି ନଥିବାରୁ ୧୮ ଜଣ ଛାତ୍ରୀ ସକାଳ ପ୍ରାର୍ଥନା ପାଇଁ ବିଳମ୍ବରେ ପହଞ୍ଚିଥିଲେ। ଯାହାଫଳରେ ପ୍ରିନ୍ସିପାଲ୍ ସେମାନଙ୍କ କେଶ କାଟିଥିବା ଅଭିଯୋଗ ହୋଇଛି। ଏପରିକି ସେ ଚାରି ଜଣ ଛାତ୍ରୀଙ୍କୁ ମାଡ ମାରି ଖରାରେ ଛିଡା ମଧ୍ଯ କରାଇଥିଲେ। ଏହି ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ମଧ୍ଯ ଦେଇଥିଲେ।
ତେବେ ରିପୋର୍ଟ ଅନୁଯାୟୀ, ଏହି ଘଟଣାଟି ସେତେବେଳେ ସମସ୍ତଙ୍କ ସାମ୍ନାକୁ ଆସିଥିଲା ଯେତେବେଳେ ଛାତ୍ରୀମାନେ ସେମାନଙ୍କ ପିତା ମାତାଙ୍କ ନିକଟରେ ଏହି ବିଷୟରେ ଅଭିଯୋଗ କରିଥିଲେ। ଏହି ଘଟଣା ସମ୍ପର୍କରେ ଉକ୍ତ ପ୍ରିନ୍ସିପାଲଙ୍କଠାରୁ ସ୍କୁଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମାଗିଛନ୍ତି।