Latest Odisha News

BREAKING NEWS

କେନ୍ଦୁଝରରେ ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼ ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ନିକଟସ୍ଥ ବସଷ୍ଟାଣ୍ଡରେ ଜଣେ ସ୍କୁଲ୍ ଛାତ୍ରଙ୍କୁ ମଙ୍ଗଳବାର ଦିନ କେହି ଦୁବୃର୍ତ୍ତ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଦୁବୃର୍ତ୍ତଙ୍କ ଛୁରାମାଡରେ ଉକ୍ତ ଛାତ୍ରଙ୍କ ପିଠି ଓ କାନ୍ଧରେ ଆଘାତ ଲାଗିଥିବା ନେଇ ଜଣାପଡିଛି । ପରବର୍ତ୍ତୀ ସମୟରେ ତାଙ୍କୁ ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଆହତ ଛାତ୍ର ଜଣଙ୍କ ବଡବିଲ୍ ସ୍ଥିତ ସେଣ୍ଟମେରୀ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର ଓଶ୍ ନନ୍ଦ ବୋଲି ଜଣାପଡିଛି । ଛାତ୍ର ଜଣକ ଆଜି ସକାଳେ ସ୍କୁଲ୍ ଯିବା ପାଇଁ ଯୋଡ଼ା ବସ୍ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ହଠାତ୍ କେହି ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏହି ସମୟରେ ଛାତ୍ର ଜଣଙ୍କ ପ୍ରତିରୋଧ କରିବାରୁ ଦୁବୃର୍ତ୍ତ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା ।

ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.