Latest Odisha News

BREAKING NEWS

ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲଥ କାର୍ଡ: ମନ୍ତ୍ରୀ

ଭୁବନେଶ୍ବର: ହଷ୍ଟେଲରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଭଲ ରହିବ ସେନେଇ ସରକାର ନୂଆ ଉପାୟ ବାହାର କରିଛନ୍ତି । ଏଣିକି ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ହେଲଥ କାର୍ଡ ପ୍ରଦାନ କରିବେ ରାଜ୍ୟ ସରକାର । ଡିଜିଟାଲ୍ ହେଲଥ କାର୍ଡ ମାଧ୍ୟମରେ ଜାଣିହେବ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଏନେଇ ଗଣଶିକ୍ଷା ବିଭାଗ ଯୋଜନା କରୁଛି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨ ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବାଲିଯୋଡି ୟୁଜିୟୁପି ସ୍କୁଲ ହଷ୍ଟେଲ ଛାତ୍ରଙ୍କ ମୁଣ୍ଡରେ ପୋକ ଦେଖିବାକୁ ମିଳିଛି । ଯାହା ଅନ୍ୟ ଛାତ୍ରଛାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିଛି । ଏହି ଘଟମା ସାମ୍ନାକୁ ଆସିବା ପରେ ଛାତ୍ର ଜଣଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍କୁଲ ଅଧ୍ୟକ୍ଷା । ତେବେ ସ୍କୁଲ କର୍ତ୍ତୃପକ୍ଷ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଧ୍ୟାନ ନଦେଇଥିବାରୁ, ଫଳରେ ସ୍କୁଲ କର୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି ।

ଛୁଆଟିର ମୁଣ୍ଡରେ କ୍ଷତ ହୋଇ ପରେ ଛୁଆର ମୁଣ୍ଡରୁ ପୋକ ବାହାରିଲାଣି, ତଥାପି ଅଭିଭାବକଙ୍କୁ ଜଣାଇନଥିଲେ ସ୍କୁଲ କର୍ତ୍ତୃପକ୍ଷ । ଯାହା ଅନ୍ୟ ସମସ୍ତ ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ସରକାରଙ୍କ ଡିଜିଟାଲ ହେଲଥ କାର୍ଡ ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିହେବ । ଫଳରେ ଆଗାମୀ ଦିନେ ଏଭଳି ଘଟଣା ଘଟିବନି ବୋଲି କୁହାଯାଉଛି ।

Comments are closed.