ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ଆଶଙ୍କା ଭିତରେ ଖୋଲୁଛି ସ୍କୁଲ । କୌଣସି ଦ୍ୱନ୍ଦ ରଖିବାର କିଛି କାରଣ ନାହିଁ । ଆସନ୍ତା ୩ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ନିଷ୍ପତ୍ତି ହୋଇସାରିଛି । ସେହି ଅନୁସାରେ ଏସଓପି ଜାରି ସରିଛି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ସେ ଆହୁରି କହିଛନ୍ତି, ନୋଡ଼ାଲ ଅଫିସରମାନେ ସେମାନଙ୍କର ଜିଲ୍ଲା ବୁଲିବା ଆରମ୍ଭ କରିଛନ୍ତି । ଡ଼ିଇଓ ଓ ବିଇଓମାନଙ୍କର ବୈଠକ ନିଆ ହୋଇସାରିଛି । ଆସନ୍ତା ୪ତାରିଖରେ ମୁଁ ମଧ୍ୟ ଡ଼ିଇଓମାନଙ୍କର ବୈଠକ ନେବି ବୋଲି ସ୍ଥିର କରିଛି । ଯେଉଁମାନେ ଅନଲାଇନରେ ପାଠ ପଢ଼ିବାକୁ ଚାହିଁବେ, ସେମାନଙ୍କ ପାଇଁ ଅଲଗା ସମୟ ରଖାଯାଇଛି ।
ସ୍କୁଲ କ୍ୟାମ୍ପସ ସ୍ୱଚ୍ଛ କରାଯାଇଛି । ସରକାର ଓ ବିଭାଗ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସଂକ୍ରମଣ ମୁକ୍ତ ଶିକ୍ଷାଦାନ କିଭଳି କରାଯାଇପାରିବ ସେନେଇ ବ୍ୟବସ୍ଥା କରାଯାଇଛି । କରୋନା ସମ୍ପୂର୍ଣ୍ଣ ଯାଇନି । ଛୋଟ ପିଲା ହେଲେ ମଧ୍ୟ ବୁଝିବା ଦରକାର । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ଓ ଫଳ ଠିକ୍ ସମୟରେ ପ୍ରକାଶ କରିବାକୁ ପ୍ରସ୍ତୁତି କରାଯାଇଛି । ଏହାରି ଭିତରେ ଆମେ କିଭଳି ଶିକ୍ଷାଦାନ କରିପାରିବା ସେ ନେଇ ପିଲାମାନେ ମାନସିକଭାବେ ପ୍ରସ୍ତୁତ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।
Comments are closed.