Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ବଢୁଛି ଗ୍ଲେସିୟର ଆକାର

ଡେରାଡୁନ: ବିଶ୍ୱ ତାପମାତ୍ରାର ସଙ୍କଟ ମଧ୍ୟରେ ସମଗ୍ର ବିଶ୍ୱରେ ଗ୍ଲେସିୟର ହ୍ରାସ ପାଉଥିବାବେଳେ ଉତ୍ତରାଖଣ୍ଡର ହିମାଳୟର ଏକ ଗ୍ଲେସିୟର ଆକାର ବାର୍ଷିକ ୧୬୩ ମିଟର ବଢିବାରେ ଲାଗିଛି। ଯାହାକୁ ନେଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହାର କାରଣ ଜାଣିବା ପାଇଁ ଗବେଷଣା ମଧ୍ଯ ଆରମ୍ଭ ହୋଇଛି।

ଚାମୋଲି ଜିଲ୍ଲାର ନୀତି ଭ୍ୟାଲି ନିକଟ ଧୌଲି ଗଙ୍ଗା ଅବବାହିକାରେ ଥିବା ଏହି ଗ୍ଲାସିଅର୍ ଆଭିଗାମି ମାଉଣ୍ଟେନ୍ ତଳେ ରହିଛି।

୨୦୧୯ ଠାରୁ ହିମାଳୟ ଭୂବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଥିଲେ। ବର୍ତ୍ତମାନ ସମୟରେ ଏହାର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି।

ତଦନୁଯାୟୀ ୨୦୦୧ରେ ଏହା ବର୍ଷକୁ ୭ ମିଟର ବେଗରେ ବଢୁଥିଲା। ବର୍ତ୍ତମାନ ଏହାର ଗତି ବାର୍ଷିକ ୧୬୩ ମି.ରେ ପହଞ୍ଚିଛି। ସମ୍ପ୍ରତି ଏହାର ମୋଟ ଆକାର ୪୮ ବର୍ଗ କିଲୋମିଟର ରହିଛି। ଯାହା ୨୦୧୯ରେ ୩୯ ବର୍ଗ କିମି. ଥିଲା।

 

Comments are closed.