Latest Odisha News

BREAKING NEWS

୧୬ ଦିନ ଅନ୍ତରାଳରେ ଅନ୍ତରୀକ୍ଷରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ

ଫ୍ଲୋରିଡା: ବୈଜ୍ଞାନିକମାନେ ଗୁରୁବାର ଏକ ରହସ୍ୟମୟ ତଥ୍ୟର ଉଜାଗର କରିଛନ୍ତି । ସେମାନଙ୍କ ମତରେ ପ୍ରତ୍ୟେକ ୧୬ ଦିନ ବ୍ୟବଧାନରେ ଅନ୍ତରୀକ୍ଷରୁ ରହସ୍ୟମୟ ଶବ୍ଦ ଓ ଆଲୋକ ତରଙ୍ଗ ପୃଥିବୀପୃଷ୍ଠର ନିକଟତର ହେଉଛି । ଏହାର ନାମ ଏଫଆରବି ରଖାଯାଇଛି । ପୂର୍ବରୁ ଏଭଳି ରେଡିଓ ସିଗ୍ନଲ ଘଟଣା ସମ୍ମୁଖକୁ ଆସିଥିଲା ।

ଦୀର୍ଘ ଦିନ ଗବେଷଣା କରିବା ପରେ ସେମାନେ ନିଶ୍ଚିତ ହୋଇଛନ୍ତି ଯେ, ଏହା ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଆସୁଛି । ଏହା ପୃଥିବୀଠାରୁ ୫୦୦ ମିଲିୟନ ପ୍ରକାଶ ବର୍ଷ ଦୂରତାରୁ ଆସୁଛି । କାନାଡାର ହାଇଡ୍ରୋଜେନ ଇଂଟେନସିଟି ମ୍ୟାପିଂ ଏକ୍ସିପେରିମେଂଟ ମାଧ୍ୟମରେ ୪୦୯ ଦିନ ଏହି ରେଡିଓ ତରଙ୍ଗ ଚକ୍ର ଉପରେ ନଜର ରଖାଯିବା ପରେ ଉପରୋକ୍ତ ତଥ୍ୟ ସମ୍ମୁଖକୁ ଆସିଥିଲା । ଏ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ଗବେଷଣା ଚାଲିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave A Reply

Your email address will not be published.