ଭୁବନେଶ୍ୱର: ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଥିବା ଏକ କବଡ଼ିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ।
ଏଥିରେ କୌଣସି ଜୀବନ ହାନି ହୋଇନଥିବା ବେଳେ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି। ସକାଳୁ ମର୍ଣ୍ଣିଂ ଯିବା ବେଳେ ଜଣେ ବ୍ୟକ୍ତି ନିଆଁ ଲାଗିବାରେ ଦେଖିଥିଲେ। ଏ ନେଇ ଇମ୍ଫୋସିଟି ଥାନାକୁ ଖବର କରିବା ସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
Comments are closed.