ଭୁବନେଶ୍ବର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍ । ବରଗଡ ଏବଂ ସୁନ୍ଦରଗଡରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୁନ୍ଦରଗଡ ଜିଲ୍ଲାରେ ଆଜି ପୁଣି ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩ରେ ପହଞ୍ଚିଛି । ସେପଟେ ସ୍କ୍ରଵ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ଆଜି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଜଣେ ଯୁଗ୍ମ ନିର୍ଦେଶକଙ୍କ ସହ ଏପିଡେମୋଲୋଜିଷ୍ଟ ରହିଛନ୍ତି । ବରଗଡରେ ୫ ଜଣ ଏବଂ ସୁନ୍ଦରଗଡ଼ରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା ।
ଘରୋଇ ହସ୍ପିଟାଲରେ ସେମାନଙ୍କର ଟେଷ୍ଟ ହୋଇଥିଲା । ତେବେ କଣ ଟେଷ୍ଟ ହୋଇଥିଲା ଏବଂ କେମିତି ସେମାନଙ୍କର ମୃତ୍ୟୁ ଘଟିଛି । ତାହାର ତଦନ୍ତ କରାଯାଉଛି । ଘରୋଇ ହସ୍ପିଟାଲ ସହ verbal autopsy ହେବ । ଯେଉଁଥିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ମୃତକଙ୍କୁ ନେଇ ତଥ୍ୟ ସଂଗ୍ରହ ହେବ । ଘରୋଇ ହସ୍ପିଟାଲ ଗୁଡିକରେ କାର୍ଡ ଟେଷ୍ଟ କରାଯାଉଛି । ଯାହା ଠିକ ନୁହେଁ । ତାହା Rapid Diagnostic କୀଟରେ ହୁଏ । କେବଳ ଏଲିଶା ପଦ୍ଧତିରେ ଟେଷ୍ଟ ହେଲେ ହିଁ ସଠିକ ତଥ୍ୟ ମିଳିବ । ସରକାରୀ ହସ୍ପିଟାଲରେ ଏଲିଶା ପଦ୍ଧତିରେ ପରୀକ୍ଷା ହେଉଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
Comments are closed.