ନୟାଗଡ଼: ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ୩ ଜୁଲାଇ, ୨୦୨୫ରେ ଦୁଇଟି ପରିବାର ମଧ୍ୟରେ ବିବାଦ ସମ୍ପର୍କରେ ଏସଡିପିଓଙ୍କ ନିକଟକୁ ଯାଇଥିଲେ। ପରେ ମହିଳାଙ୍କ ଯୋଗାଯୋଗ ନମ୍ବର ପାଇ ଅଧିକାରୀ ଅଶ୍ଳୀଳ ହ୍ୱାଟ୍ସଆପ୍ ମେସେଜ୍ ପଠାଇବା ଆରମ୍ଭ କରିଥିଲେ। ଏପରିକି ତାଙ୍କୁ ହୋଟେଲ ଏବଂ ପାର୍କରେ ଭେଟିବାକୁ ଚାପ ପକାଇଥିଲେ ଏବଂ ମାମଲାର ସମାଧାନ ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ଯାହାର ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା।
ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ କଥାରେ ରାଜି ନ ହେଲେ ଅଧିକାରୀ ଜଣକ ତାଙ୍କ ସ୍ୱାମୀଙ୍କୁ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ।
ଅପରପକ୍ଷରେ ଫତେଗଡ଼ ଥାନାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ବେଳେ ନୟାଗଡ଼ ଏସ୍ପି ଏହି ମାମଲାର ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି।