କାନବେରା: ଅଷ୍ଟ୍ରେଲିଆର ଏକ ପର୍ଯ୍ୟଟନ ଦ୍ୱୀପ ନିକଟରେ ଏକ ସାମୁଦ୍ରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ଅପରାହ୍ନରେ ରୋଟନେଷ୍ଟ ଦ୍ୱୀପରୁ ଟେକ୍ ଅଫ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି । କେବଳ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଖବର ମୁତାବକ, ଏହି ବିମାନ ରୋଟନେଷ୍ଟ ଦ୍ୱୀପରୁ ୩୦ କିଲୋମିଟର ପୂର୍ବରେ ଜଳ ଉପରେ ଅବତରଣ କରିବାକୁ ଯାଉଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମୋଟ ୭ ଜଣ ଥିବାବେଳେ ଟେକ୍ ଅଫ୍ ବେଳେ ସିପ୍ଲେନ୍ ପାଣି ଉପରେ ପଡ଼ିଯାଇଥିଲା ବୋଲି ବ୍ୟୁରୋର ମୁଖ୍ୟ କମିଶନର ଏଙ୍ଗସ୍ ମିଶେଲ କହିଛନ୍ତି ।
ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋ ଏବଂ ବିମାନ ଦୁର୍ଘଟଣା ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାସ୍ଥଳକୁ ବିଶେଷଜ୍ଞଙ୍କୁ ପଠାଯାଇଛି । ତିନି ଜଣ ନିଖୋଜଙ୍କୁ ଖୋଜିବାକୁ ତଲାସି ଅଭିଯାନ ଚାଲିଥିବାବେଳେ ଅନ୍ୟ ତିନି ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।