Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି-ଜେଏସପି ଆସନ ବୁଝାମଣା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଏନଡିଏର ବିଜେପି-ଟିଡିପି-ଜେଏସପି ମିଳିତ ମଞ୍ଚ ମଧ୍ୟରେ ଆନୁଷ୍ଠାନିକ ଭାବେ ଆସନ ବୁଝାମଣା ହୋଇଛି । ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୭ଟି ଲୋକସଭା ଏବଂ ୧୪୪ଟି ବିଧାନସଭା ଆସନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବ । ଭାରତୀୟ ଜନତା ପାର୍ଟି (ବିଜେପି) ୬ଟି ଲୋକସଭା ଏବଂ ୧୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଥିବାବେଳେ  ଅଭିନେତା ପୱନ କଲ୍ୟାଣଙ୍କ ଜନସେବା ପାର୍ଟି (ଜେଏସପି)କୁ ୨ଟି ଲୋକସଭା ଏବଂ ୨୧ଟି ବିଧାନସଭା ଆସନ ପ୍ରଦାନ କରାଯାଇଛି ।

ଲୋକସଭା ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏଠାରେ ୧୭୫ଟି ବିଧାନସଭା ଆସନ ଏବଂ ୨୫ଟି ଲୋକସଭା ଆସନ ରହିଛି ।

ଟିଡିପି ସଭାପତି ଏନ୍ ଚନ୍ଦ୍ରବାବୁ ନାଇଡୁ ବିଶ୍ୱାସ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଭୋଟରମାନେ ସେମାନଙ୍କର ସେବା କରିବା ପାଇଁ ଏନଡିଏକୁ ଐତିହାସିକ ଜନାଦେଶ ଦେବେ ।

ସୂଚନାଅନୁସାରେ,ଶେଖୱତଙ୍କ ସହ ବିଜେପି ଜାତୀୟ ଉପାଧ୍ୟକ ବୈଜୟନ୍ତ ପଣ୍ଡା ନାଇଡୁ ଓ କଲ୍ୟାଣଙ୍କୁ ଭେଟି ମିଳିତ ପ୍ରାର୍ଥୀ ଉପରେ ଆଲୋଚନା କରିଥିଲେ। ଆନ୍ଧ୍ରପ୍ରଦେଶରେ ବିରୋଧୀ ଦଳ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ମାର୍ଚ୍ଚ ୧୭ରୁ ୨୦ ମଧ୍ୟରେ ଏକ  ନିର୍ବାଚନ ରାଲିରେ ସମ୍ୱୋଧିତ କରିବାକୁ ନିମନ୍ତ୍ରଣ କରିଛନ୍ତି ।

ଜଣେ ଟିଡିପି ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏହି ସଭାରେ ଯୋଗ ଦିଅନ୍ତି, ତେବେ ଏକ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ମୋଦି, ନାଇଡୁ ଓ କଲ୍ୟାଣ ସମାନ ମଞ୍ଚରେ ରହିବେ।

Leave A Reply

Your email address will not be published.