ଭୁବନେଶ୍ୱର: ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଅନେକ ରୋଗ ମଣିଷକୁ ଆକ୍ରାନ୍ତ କରୁଛି। ଦୀର୍ଘ ସମୟ ଧରି ଅଫିସରେ ବସି ରହିବା ହେଉ କି ଅଧିକ ସମୟ ବାଇକ୍ ଚଲାଇବା ଅଥବା ମେଦ ବହୁଳତା ପାଇଁ ମଧ୍ୟ ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କର ଯେପରି ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। କଷ୍ଟ କମ୍ ପାଇଁ ଅନେକ ପେନ୍କିଲର ମଧ୍ୟ ନେଉଛନ୍ତି। କିନ୍ତୁ କ’ଣ ପେନ୍କିଲର ହିଁ ଗୋଟିଏ ସମାଧାନ? ନାଁ, ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଆପଣଙ୍କ ମେରୁଦଣ୍ଡକୁ ରଖିବ ସୁସ୍ଥ ଓ ଯନ୍ତ୍ରଣା ମୁକ୍ତ।
କିଭଳି ରହିବେ ଏହି ଯନ୍ତ୍ରଣାରୁ ଦୂରରେ..
ଭୁଜଙ୍ଗାସନ:
ଏହି ଆସନକୁ କୋବ୍ରା ପୋଜ୍ ମଧ୍ୟ କୁହାଯାଏ। ଏହା ମଧ୍ୟ ଉଭୟ ଅଣ୍ଟା ଓ କାନ୍ଧ ଯନ୍ତ୍ରଣା କମ୍ କରେ।
ତଳକୁ ମୁହଁ କରି ସିଧା ଶୋଇ ରୁହନ୍ତୁ। ଦୁଇ ହାତକୁ ଆଗକୁ ଓ ପାପୁଲିକୁ ଭୂଇଁକୁ ଲଗାଇ ରଖନ୍ତୁ। ହାତକୁ ଧୀରେ କାନ୍ଧ ପାଖକୁ ଆଣି ଛାତି ଓ ପେଟକୁ ଧୀରେ ଧୀରେ ଉପରକୁ ଉଠାଇ ପଛକୁ ଅଧା ଢ଼ଳି କିଛି ସମୟ ରୁହନ୍ତୁ। ମୁହଁକୁ ଆକାଶ ଆଡ଼କୁ ରଖିବେ ଅର୍ଥାତ୍ ଉପରକୁ ଅନାଇବେ।
କାନ୍ଧାରାସନ:
ଚଟାଣରେ ସିଧା ଶୋଇ ରହି ଦୁଇ ହାତକୁ ଶରୀରର ଦୁଇ ପାଖରେ ରଖନ୍ତୁ। ଦୁଇ ଗୋଡ଼କୁ ସିଧା ଚଟାଣରେ ରଖିବେ। ଦୁଇ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗନ୍ତୁ ଯେପରି ଦୁଇ ପାଦର ତଳ ପାଖ ଚଟାଣରେ ଲାଗି ରହିବ। ପ୍ରଶ୍ୱାସ ଛାଡ଼ି ଅଣ୍ଟା ଓ ପେଟ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ ଏବଂ ଦୁଇ ହାତକୁ ପାଦର ଦୁଇ ଗୋଇଠିକୁ ଧରି ରଖନ୍ତୁ। କିଛି କ୍ଷଣ ଏହି ଆସନରେ ରହିବା ପରେ ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରନ୍ତୁ।