Latest Odisha News

BREAKING NEWS

ଆମେରିକାରେ କରୋନା ଟୀକା ପାଇଁ ପରୀକ୍ଷଣ ପ୍ରସ୍ତୁତି ଆରମ୍ଭ କଲା ଆଉ ଏକ କମ୍ପାନୀ

ନ୍ୟୁୟର୍କ : ଆମେରିକାରେ କରୋନା ଟୀକା ପାଇଁ ପରୀକ୍ଷଣ ପ୍ରସ୍ତୁତି ଜୋର ଧରିଛି ।  ପେନସିଲଭାନିଆସ୍ଥିତ ଏକ ବାୟୋଟେକ କମ୍ପାନି ଇନୋଭିଓ ଫାର୍ମାସୁଟିକାଲ୍ସ କରୋନା ପାଇଁ ଏକ ଟୀକା ଉପରେ ଗବେଷଣା କରୁଛି । ଏହାର ନାଁ ରଖାଯାଇଛି ଆଇଏନଓ-୪୮୦୦ । ଏହାର ପରୀକ୍ଷଣ ପାଇଁ ଆମେରିକାର ଫେଡେରା ଡ୍ରଗ ଆଡମିନିଷ୍ଟ୍ରେସନ ଅନୁମତି ଦେଇଛି ।

ଏହି ଅନୁମତି ମିଳିବା ପରେ କମ୍ପାନି ସୋମବାରଦିନ ମନୁଷ୍ୟଙ୍କ ଉପରେ ଏହାର ପ୍ରଥମ ପରୀକ୍ଷଣ କରିଛି । ଆଗକୁ ଆଉ କେତେକ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯିବ । ଏହି ଗବେଷଣା ପାଇଁ ମାଇକ୍ରୋସଫଫ ପ୍ରତିଷ୍ଠାତା ବିଲ ଗେଟସଙ୍କ ବିଲ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପାଣ୍ଠି ଯୋଗାଇଛି । ଏହାର ପରୀକ୍ଷଣ ପାଇଁ କମ୍ପାନି ତରଫରୁ ଇତି ମଧ୍ୟରେ ୪୦ ଜଣ ସ୍ବେଚ୍ଛାସେବୀଙ୍କ ପଂଜୀକରଣ କରିୁଛି । ପୂର୍ବରୁ ମଧ୍ୟ ଆମେରିକାରେ ଏକ କରୋନା ଟୀକାର ପରୀକ୍ଷଣ କରାଯାଇଥିଲା ।

Leave A Reply

Your email address will not be published.