Latest Odisha News

BREAKING NEWS

ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ ଟିମ୍

ଆବୁଧାବି: ଆଇପିଏଲ୍-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ଇଜର୍ସ ହାଇଦ୍ରାବାଦ ମୁକାବିଲା ହୋଇଛି ।  ଦିଲ୍ଲୀ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ବିଜେତା ଦଳ ହିଁ ୪ ଥର ବିଜେତା ମୁମ୍ବାଇ ଫାଇନାଲରେ ଭେଟିବ । ହାଇଦ୍ରାବାଦ ଲଗାତାର ୪ ବିଜୟ ସହ ଭଲ ଫର୍ମରେ ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଶେଷ ୬ ମୁକାବିଲାରୁ ୫ ହାରିଛି । ଦିଲ୍ଲୀ ଯୋଗ୍ୟତା ଅର୍ଜନ କରିବା ଲାଗି ଦଳକୁ ମଧ୍ୟ ନିଜ ଶେଷ ଲିଗ୍ ମ୍ୟାଚରେ ବିଜୟ ଆବଶ୍ୟକ କରିଥିଲା ।

ଶ୍ରେୟସ ଆୟରଙ୍କ ଦଳ ଯଦି ରବିବାର ମୁକାବିଲା ଜିତିବ ତେବେ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିବାର ସୌଭାଗ୍ୟ ପାଇବ । ହାଇଦ୍ରାବାଦ କିନ୍ତୁ ନିଜ ୨୦୧୬ ବିଜେତା ଟ୍ରଫି ସହ ଆଉ ଏକ ସଂଯୋଗ କରିବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.