Latest Odisha News

BREAKING NEWS

ଗଞ୍ଜାମରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା

ବ୍ରହ୍ମପୁର: ୧୯ ସୁରଟ ଫେରନ୍ତା ବ୍ୟକ୍ତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିବା ପରେ ଓଡ଼ିଶାରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା ଗଞ୍ଜାମରେ ରେକର୍ଡ ହୋଇଛି। ପ୍ରଥମ ସ୍ଥାନରେ ଯାଜପୁର (୫୪) ରହିଛି।

ସୂଚନାଯୋଗ୍ୟ, ପ୍ରାୟ ୫୦ ଦିନଧରି ଏହି ଜିଲ୍ଲା ଗ୍ରୀନ୍ ଜୋନରେ ରହିବା ପରେ ଗୁରୁବାର ଦିନ ଏଠାରେ ହଠାତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଏହାକୁ ରେଡ୍ ଜୋନରେ ସାମିଲ କରାଯାଇଛି।

ଗତ ମେ ୨ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ ପରେ ସୁରଟ ଫେରନ୍ତା ବ୍ୟକ୍ତିଙ୍କ ପାଇଁ ଏହି ସଂଖ୍ୟା ଧିରେଧିରେ ୪୭କୁ ଛୁଇଁଛି।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଦିନ କହିଛନ୍ତି ଯେ ପାଖାପାଖି ୧୨ଟି ଟ୍ରେନ୍ ଏବଂ ୨୮୩ ବସ ଯୋଗେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଏପର୍ଯ୍ୟନ୍ତ ୨୭,୦୦୦ ଲୋକ ଆସିଛନ୍ତି।

ଆହୁରି ମଧ୍ୟ ଜିଲ୍ଲାପାଳ ଲୋକଙ୍କୁ ନିବେଦନ କରି କହିଥିଲେ, ରାଜ୍ୟକୁ ଫେରିବା ପରେ ପ୍ରବାସୀମାନଙ୍କୁ ରଖାଯାଉଥିବା କ୍ବାରେନଣ୍ଟାଇନ କେନ୍ଦ୍ରଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଏହାକୁ ନମାନିଲେ ସେମାନଙ୍କୁ ମଧ୍ୟ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯିବ ଏବଂ ଆବଶ୍ୟକ ସ୍ଥଳେ କଠୋର ‌କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Comments are closed.