Latest Odisha News

BREAKING NEWS

୨୬ କର୍ମଚାରୀ କରୋନା ପଜିଟିଭ, କ୍ୟାଡିଲା ଫାର୍ମାର ପ୍ଲାଣ୍ଟ ବନ୍ଦ

ଅହମ୍ମଦାବାଦ: ଦେଶର ସବୁଠାରୁ ବଡ ଫାର୍ମା କମ୍ପାନୀ ମଧ୍ୟରୁ କ୍ୟାଡିଲା ଫାର୍ମାସ୍ୟୁଟିକାଲ୍ସର ୨୬ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଅହମ୍ମଦାବାଦରେ ଏହାର ଉତ୍ପାଦନ କାରଖାନା ବନ୍ଦ କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ କାରଖାନାର ସମସ୍ତ ୯୫ ଜଣ କର୍ମଚାରୀ କ୍ବାରେନଣ୍ଟାଇନରେ ରହିବା ସହ ପ୍ଲାଣ୍ଟରେ ସଫାସଫି କାର୍ଯ୍ୟ ଆରମ୍ଭ ହୋଇଛି।

“ସମ୍ପ୍ରତି, ଆମର ଆମର ୨୬ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆମେ ନିଜେ ଅପରେସନକୁ ବନ୍ଦ କରିଛୁ ବୋଲି ଗୁରୁବାର ଦିନ ଏକ କମ୍ପାନୀ ବିବୃତ୍ତିରେ କୁହାଯାଇଛି।

ସରକାରୀ କର୍ମଚାରୀଙ୍କ କହିବାନୁସାରେ, ଗତ ୬ ଦିନ ପୂର୍ବରୁ ପାଖାପାଖି ୫ ଜଣ କର୍ମଚାରୀଙ୍କର କରୋନା ପଜିଟିଭ ବାହାରିଥିଲା। ଏହା ପରେ ଆଉ ୩୦ ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲାବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କର ରିପୋର୍ଟ ପଜିଟିଭ ବାହାରିଥିଲା।

କୋଭିଡ-୧୯ ଟିକା ବିକଶିତ କରିବା ଦୌଡ଼ରେ କ୍ୟାଡିଲା ମଧ୍ୟ ସାମିଲ। ଏହା ଭାରତର ଅନ୍ୟାନ୍ୟ ଅଞ୍ଚଳ ଏବଂ ଇଥିଓପିଆରେ ଏହାର ଉତ୍ପାଦନ ସୁବିଧା ଯୋଗାଉଛି।

Leave A Reply

Your email address will not be published.