Latest Odisha News

BREAKING NEWS

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ମୃତ, ବ୍ରେନ ଷ୍ଟ୍ରୋକ ଯୋଗୁଁ ମୃତ୍ୟୁ ସନ୍ଦେହ

ଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଦିନକୁ ଦିନ ଏହି ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି । ତେବେ ଏହି ସମୟରେ ଆଉ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି ।

ନବୀନଙ୍କ ପରେ ପଞ୍ଜାବର ୨୨ବର୍ଷୀୟ ଛାତ୍ର ଚନ୍ଦନ ଜିନ୍ଦଲ ଏହି ଆକ୍ରମଣ ସମୟରେ ପ୍ରାଣ ହରାଇଛନ୍ତି। ଚନ୍ଦନ ଭିନିଷ୍ଟିଆର ନାସନାଲ ପିରୋଗଭ ମେମୋରିଆଲ ମେଡିକାଲ ୟୁନିଭର୍ସିଟିରେ ପାଠ ପଢୁଥିଲେ । ଶରୀର ଅସୁସ୍ଥ ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଚନ୍ଦନଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଚନ୍ଦନଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ସମେତ ସାରା ଗାଁରେ ଖେଳିଯାଇଛି ଶୋକର ଛାୟା । ପୁଅଙ୍କ ମୃତ ଦେହ ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ଛାତ୍ରଙ୍କ ବାପା ଚିଠି ଲେଖିଛନ୍ତି ।

 

Comments are closed.