Latest Odisha News

୨ ଜିଲ୍ଲା ବୁଲିବେ ସମସ୍ତ ସଚିବ, ପ୍ରସ୍ତୁତ କରିବେ ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ

ଭୁବନେଶ୍ୱର: ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ। ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ।

ଅତିକମ୍‌ରେ ୨ ଦିନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରଖିବା ପାଇଁ ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଦେଇଛନ୍ତି ନିର୍ଦ୍ଦେଶ। ସଚିବମାନେ ଜିଲ୍ଲାଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟାନ୍ୱୟନର ତଦାରଖ କରିବେ । ସାଧାରଣ ଲୋକଙ୍କୁ ଯେପରି ବିଭିନ୍ନ ସରକାରୀ ସେବା ପ୍ରଭାବୀ ଢଙ୍ଗରେ ମିଳିବ ତାହା ସୁନିଶ୍ଚିତ କରିବେ ।

ସମସ୍ତ ବିଭାଗକୁ ସେମାନଙ୍କ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟାପକ ଅନୁଧ୍ୟାନ ଓ ରିପୋର୍ଟ ଆଦି ପ୍ରସ୍ତୁତ କରି ସେସବୁକୁ ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ନଲେଜ ବ୍ୟାଙ୍କ’ ଭାବେ ଏକ ପୋର୍ଟାଲ ତିଆରି କରି ସେଥିରେଏହି ସମସ୍ତ ତଥ୍ୟକୁ ଅପଲୋଡ୍ କରାଯିବ ।

 

Comments are closed.