Latest Odisha News

BREAKING NEWS

ଆଜିଠୁ କଟକରେ ୧୪୪ ଧାରା ଜାରି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

କଟକ: ଆସନ୍ତା ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ ହେବାକୁ ଯାଉଛି। ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହେବାକୁ ଥିବା ମତଦାନ ପାଇଁ କଟକ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪୪ ଧାରା ଜାରି କରିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ୧୪୪ ଧାରା ୨୩ ତାରିଖ ସନ୍ଧ୍ୟା ୫ଟାରୁ ଲାଗୁ ହୋଇ ୨୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ଜିଲ୍ଲାର ୮୭-ବଡ଼ମ୍ବା, ୮୮-ବାଙ୍କୀ, ୮୯-ଆଠଗଡ଼, ୯୦-ବାରବାଟୀ କଟକ, ୯୧-ଚୌଦ୍ୱାର କଟକ ଓ ୯୩-କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ମତଦାନ କେନ୍ଦ୍ରର ୨୦୦ ମିଟର ପରିସୀମା ମଧ୍ୟରେ ସରକାରୀ ଦାୟିତ୍ୱ ନିର୍ବାହ କରୁଥିବା ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାର ଯାନବାହନ ପାର୍କିଂ କରାଯାଇ ପାରିବ ନାହିଁ। ସେହିପରି ଜନସେବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ନିମନ୍ତେ ସମଗ୍ର କଟକ ଜିଲ୍ଲାରେ ଲାଉଡସ୍ପିକର, ଆମ୍ପ୍ଲିଫାୟର ଏବଂ ଉଚ୍ଚ ସ୍ବର କରୁଥିବା ଅନ୍ୟ ଯେ କୌଣସି ଉପକରଣ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି।

କଟକ ଜିଲ୍ଲା ପରିସରରେ କୌଣସି ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଆଦି ପ୍ରଦର୍ଶନ କରାଯାଇପାରିବ ନାହିଁ। ପ୍ରାଧିକୃତ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ମତଦାନ କେନ୍ଦ୍ର ପରିସରରେ ଅସ୍ତ୍ର ଧାରଣ କରି ରହିବା ମଧ୍ୟ ନିଷେଧ। କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶନାମା ଅମାନ୍ୟ କଲେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୮୮ ଏବଂ ଅନ୍ୟ ସମ୍ପୃକ୍ତ ପ୍ରାବଧାନ ଅନୁଯାୟୀ ଦଣ୍ଡିତ ହେବେ।

Leave A Reply

Your email address will not be published.