Latest Odisha News

BREAKING NEWS

ଆଜି ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍ ପ୍ରଚାର: ୨୫ରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଶେଷ ହେବ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ସମେତ ଏହା ଅଧିନରେ ଥିବା ୪୨ ବିଧାନସଭାରେ ଭୋଟ ହେବ। ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ।

ତେବେ ତୃତୀୟ ପର୍ଯ୍ୟାୟ ଲଢୁଥିବା ହେଭିୱେଟ ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ପିସିସି ସଭାପତି ସଭାପତି ଜୟଦେବ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, ବାସନ୍ତ ହେମ୍ୱ୍ରମ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ରୋହିତ ପୂଜାରୀ, ଅପରାଜିତା ଷଡଙ୍ଗୀ, ଭର୍ତ୍ତୃହରିତ ମହତାପ, ସମ୍ବିତ ପାତ୍ର, ସଂତୃପ୍ତ ମିଶ୍ର ପ୍ରମୁଖ ଅଛନ୍ତି।

କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ହେବ ଲଢ଼େଇ। ପୁରୀରେ ସମ୍ବିତ ପାତ୍ର ଓ ଅରୁପ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବା ବେଳେ ସେମାନଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ। ସେହିପରି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ୍ ମନ୍ମଥ ରାଉତରାୟ ଓ ତାସହ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ମଧ୍ୟରେ କଡ଼ା ଲଢ଼େଇ ହେବ। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଫାଇଟ୍ ହେବ।

Leave A Reply

Your email address will not be published.