Latest Odisha News

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସୁରକ୍ଷା ନେଇ ସମୀକ୍ଷା, ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ମହାଶିବରାତ୍ରିକୁ ନେଇ ଏବେଠୁ ଚଳଚଞ୍ଚଳ ଗାଁ ଠୁ ନଗର। ଚଳିତ ବର୍ଷ ଆସନ୍ତା ୮ ତାରିଖରେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ସୁରକ୍ଷା ନେଇ ସମୀକ୍ଷା ହୋଇଛି। ପୋଲିସ କମିଶନର, ଡିସିପି ଓ ମନ୍ଦିର ପ୍ରଶାସକଙ୍କୁ ନେଇ ବୈଠକ ହୋଇଛି।

ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବୈଠକରେ ବିସ୍ତୃତ ଆଲୋଚନାପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥା ନେଇ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଆଜି ଏନେଇ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକରେ ବହୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। ସେହିପରି ରାତି ୧୦ଟାରେ ମହାଦୀପ ଉଠିବ।

ବୈଠକରେ ଲିଙ୍ଗରାଜ ମନ୍ଦିରର ସବୁ ସେବାୟତ ନିଯୋଗର ମୁଖ୍ୟ ମାନେ ଯୋଗଦେଇ ଆଲୋଚନା କରିଥିଲେ। ଜାଗରରେ କିଭଳି ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ ହେବ ସେନେଇ ସିଂହଦ୍ଵାର ଦେଇ ଭକ୍ତ ମାନଙ୍କ ପ୍ରବେଶ ହେବ। ଚଳିତ ବର୍ଷ କିଭଳି ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବିଏମସି ପକ୍ଷରୁ ପାର୍କିଂ, ପାନୀୟ ଜଳ, ଆମ୍ବୁଲାନ୍ସ ସେବା ଯୋଗାଇବ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବ୍ୟାପକ ମୁତୟନ ହେବ। ଚୋରି ଓ ଛୀନତାଇ ରୋକିବାକୁ ସିସିଟିଭି ବ୍ୟବସ୍ଥା ରହିବା ନେଇ ସୂଚନା ରହିଛି।

Comments are closed.