Latest Odisha News

BREAKING NEWS

ନୂଆ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଜନସାଧାରଣଙ୍କୁ ଭଲ ଆଚରଣ ଦେଖାଅ

ଭୁବନେଶ୍ୱର : ନିକଟ ଅତୀତରେ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ନବାଗତ ବିଧାୟକମାନଙ୍କ ସହ ଏକ ମିଟିଂ କରିବେ ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବୁଧବାର ଦିନ ଏକ ବୈଠକର ଆୟୋଜନ କରିଛନ୍ତି ।

ଦଳୀୟ ସୁତ୍ରରୁ ପ୍ରକାଶ ଯେ, ନିକଟରେ ପାଟଣାଗଡ ବିଧାୟକ ସରୋଜ ମେହେର ସର୍ବସାଧାରଣରେ ପ୍ରଦର୍ଶନ କରିଥିବା ଖରାପ ବ୍ୟବହାର ଲାଗି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଥିଲେ । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ଆଜି ସକାଳେ ଏକ ବୈଠକରେ ନବାଗତ ବିଧାୟକମାନଙ୍କୁ ସର୍ବସାଧାରଣରେ ଭଲ ଆଚରଣ ପ୍ରଦର୍ଶନ କରିବା ଲାଗି ପରାମର୍ଶ ଦେଇଛନ୍ତି ।

ଏହା ପରେପରେ ନବୀନ ଦଳର ପୁରୁଖା ତଥା ବରିଷ୍ଠ ବିଧାୟକମାନଙ୍କ ସହ ଏକ ବୈଠକ ଆୟୋଜିତ କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.