Latest Odisha News

BREAKING NEWS

ରାୟଗଡାରେ ମାଓବାଦୀ କ୍ୟାମ୍ପ ଠାବ

ରାୟଗଡା : ରାୟଗଡାର ନିୟମଗିରି ପାହାଡରେ ଥିବା ଜଙ୍ଗଲ ମଧ୍ୟରେ ଏକ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି।

ଗତ ରବିବାର ଦିନ ହୋଇଥିବା ଏହି କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ଗୋଳା ବାରୁଦ ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ନେଇ ସେମାବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଗଣମାଧ୍ୟମକୁ ସୂଚନା ଦେଇ ରାୟଗଡା ଏସପି ଶ୍ରବଣ ବିବେକ ଏମ୍ କହିଛନ୍ତି, ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ରବିବାର ସନ୍ଧ୍ୟାରେ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ସମୟରେ ମାଓବାଦୀମାନେ ଗୁଳି ଚାଳନା କରିବା ପରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ । ପରବର୍ତ୍ତୀ ସମୟରେ ମାଓବାଦୀମାନେ ୨ଟି ଆଇଇଡି ବିସ୍ଫୋରଣ କରିବା ସହିତ ଫେରାର ହୋଇଯାଇଥିଲେ।

ଏହି ଘଟଣା ପରେ ସୁରକ୍ଷାକର୍ମୀ ନିଜ କ୍ୟାମ୍ପକୁ ଫେରିଆସିଥିଲେ । ସେମାନେ ଆଜି ସକାଳେ ପୁନର୍ବାର ଉକ୍ତ ସ୍ଥାନକୁ ଯାଇ ବହୁ ମାଓବାଦୀ ଲେଖା ତଥା ପୋଷ୍ଟର ଏବଂ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲେ ।

ଆହୁରି ଉକ୍ତ ଆଇଇଡି ବିସ୍ଫୋରଣରେ କେହି ମୃତାହାତ ହୋଇନଥିବା ନେଇ କହିଛନ୍ତି ସେ ।

ସେହିପରି ମୁନିଗୁଡା ଅଞ୍ଚଳର ଧାମନାପଙ୍ଗା ଜଙ୍ଗଲରେ ମଧ୍ୟ ଏନକାଉଣ୍ଟର ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.